ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ସଦର ବ୍ଲକ ବାଲୁଗାଁ ଖେଡ଼ପଡ଼ାରୁ ଜଣେ ବ୍ୟକ୍ତି କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସଂପୃକ୍ତ ଅଂଚଳକୁ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଏହି ଆକ୍ରାନ୍ତ ଜଣଙ୍କ କିଭଳି କରୋନା ଆକ୍ରାନ୍ତ ହେଲେ ତାକୁ ନେଇ ସମସ୍ତେ ସନ୍ଦିହାନ ଅବସ୍ଥାରେ ରହିଛନ୍ତି । ଏହି ଆକ୍ରାନ୍ତ ବ୍ୟକ୍ତି ପୂର୍ବରୁ ଅନ୍ୟ କାହା କାହା ସହ ମିଶିଛନ୍ତି ତାକୁ ନେଇ ମଧ୍ୟ ଖୋଳତାଡ଼ ଚାଲିଥିବା ବେଳେ ଏବେ ଅନ୍ୟ ଜଣେ ବାହ୍ୟ ପଜେଟିଭ୍କୁ ନେଇ ତନାଘନା ଚାଲିଛି । ଏହି ବ୍ୟକ୍ତି ଜଣଙ୍କ ଶନିବାର ଦିଲ୍ଲୀରୁ ଫେରି କୈାଣସି ଅନ୍ୟ ଏକ ରୋଗକୁ ନେଇ ଭୂବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କଠାରେ କରୋନା ପେଜେଟିଭ୍ ଚିହ୍ନଟ ହୋଇଥିବା ଗାଁ ଠାରୁ ସହର ପର୍ଯ୍ୟନ୍ତ ଚର୍ଚ୍ଚା ହେଉଛି । ଫଳରେ ସେହି ବ୍ୟକ୍ତି ଜଣଙ୍କ ଘର ନୟାଗଡ଼ ବ୍ଲକର ଏକ ଗ୍ରାମରେ ହୋଇଥିବାରୁ, ତାଙ୍କୁ ଭୂବନେଶ୍ୱରେ ଦେଖା କରିବାକୁ ସଂମ୍ପର୍କୀୟ ଓ ପରିବାର ଲୋକ ଗାଁରୁ ଯାଇଥିବା ମଧ୍ୟ ଆଲୋଚନା ହେଉଛି । ଏପରିକି ଏହି ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଦେଖା କରି ତାଙ୍କ ସଂମ୍ପର୍କୀୟ ଗାଁକୁ ଫେରିଥିବା ନେଇ ମଧ୍ୟ ଆଲୋଚା ହେଉଛି । ଯଦି ଏହା ସତ୍ୟ ହୁଏ, ତେବେ ପ୍ରଶାସନ ପକ୍ଷରୁ ସଂପୃକ୍ତ ଗାଁ ଓ ଆଖପାଖ ଅଂଚଳକୁ ସଟ୍ଡାଉନ୍ ଘୋଷଣା କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଉଛି ।






