Friday, November 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୨ ମାସର ଶିଶୁ ମୁଣ୍ଡରେ ବନ୍ଧୁକ ରଖି ଲୁଟିନେଲେ ଲକ୍ଷାଧିକ ଟଙ୍କା ଓ ସୁନା ରୁପା

by ସଞ୍ଜୟ ସ୍ୱାଇଁ
June 7, 2023
in Crime, State
୨ ମାସର ଶିଶୁ ମୁଣ୍ଡରେ ବନ୍ଧୁକ ରଖି ଲୁଟିନେଲେ ଲକ୍ଷାଧିକ ଟଙ୍କା ଓ ସୁନା ରୁପା
111
VIEWS
Share on FacebookShare on Twitter

ନୂଆପଡା, (ବାଘୁଆବାର୍ତ୍ତା): ବନ୍ଧୁକ ମୁନରେ ଲୁଟ୍ । ୨ ମାସର ଶିଶୁ ମୁଣ୍ଡରେ ବନ୍ଧୁକ ରଖି ଲୁଟିନେଲେ ଲକ୍ଷାଧିକ ଟଙ୍କା ଓ ସୁନା ରୁପା । ଜଣେ ଗୁରୁତର,ନୂଆପଡା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ନୂଆପଡା ଜିଲ୍ଲା ଖଡିଆଳ ଥାନା ଖୁଦପେଜ ଗାଁର ଘଟଣା । ମଙ୍ଗଳବାର ରାତି ୯ଟା ସମୟରେ ଘର ପଛପଟ ବାଡ ଡେଇଁ ହଠାତ ଛଅଜଣ ବ୍ୟକ୍ତି ଘର ଭିତରକୁ ପଶିଥିଲେ । ଦୁଇ ବୃଦ୍ଧ ଦମ୍ପତ୍ତିଙ୍କୁ ମାଡ ମାରିବା ସହ ବୃଦ୍ଧାଙ୍କୁ ପଛପଟୁ ବାନ୍ଧି ଦେଇଥିଲେ । ପରେ ଗୋଟିଏ ୨ମାସର ଶିଶୁକୁ ଢାଲ କରିବା ସହ ଶିଶୁ ମୁଣ୍ଡରେ ବନ୍ଧୁକ ରଖି ସୁନା ଗହଣା ଓ ଟଙ୍କା ରଖାଯାଇଥିବା ବକ୍ସର ଚାବି ଦାବି କରିଥିଲେ । ଭୟରେ ଚାବି ଦେବା ପରେ ସବୁତକ ଲୁଟି ଚାଲି ଯାଇଥିଲେ । ଖଡିଆଳ ପୋଲିସ ଖବର ପାଇ ରାତିରେ ଖୁଦପେଜ ଯାଇଥିବା ବେଳେ ଲୋକେ ଗାଁ ଦାଣ୍ଡ ରେ ବସିଥିବା ଦେଖି କଥା କିଛି ଅଲଗା ଥାଇପାରେ ବୋଲି ଅନୁମାନ କରୁଥିଲେ । ତେବେ ଡକାୟତ କୁହା ଯାଉଥିବା ଭିତରୁ ତିନିଜଣ ସୁନ୍ଦର ଶ୍ୟାମଙ୍କ ସମ୍ପର୍କିୟ ବୋଲି ଜଣାପଡିଛି । ତା ଭିତରେ କିଛି ଯୁବକ ହିନ୍ଦିରେ କଥା ହେଉଥିବା ମଧ୍ୟ ପ୍ରକାଶ କରିଛନ୍ତି ଗୁରୁତର ସୁନ୍ଦର ଶ୍ୟାମ । ପୂର୍ବରୁ ବଲାଙ୍ଗିର ଜିଲ୍ଲା ପାଟଣାଗଡ ସ୍ଥିତ ତାଙ୍କ ସମ୍ପର୍କୀୟଙ୍କ ସହ ଟଙ୍କା ନେଣ ଦେଣକୁ ନେଇ ପାଟିତୁଣ୍ଡ ହୋଇଥିବା ବେଳେ ବିଳମ୍ୱିତ ରାତିର ଘଟଣା ପଛରେ କଳା ବ୍ୟବସାୟ ଥିବା ଅନୁମାନ ମଧ୍ୟ କରାଯାଉଛି । ତେବେ ଘଟଣା ସ୍ଥଳକୁ ଖୋଦ ନୁଆପଡା ଏସପି ପହଞ୍ଚି ଘଟଣା ପଛର ରହସ୍ୟ ଖୋଜୁଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!