Friday, November 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଏକାଧିକ ମହିଳାଙ୍କ ସହ ସମ୍ପର୍କ ରଖି ଅନ୍ତରଙ୍ଗ ମୁହୁର୍ତ୍ତର ଫଟୋ କରୁଥିଲେ ଭାଇରଲ, ରାତି ଅଧିଆ ଉଠାଇ ଆଣିଲା ପୁଲିସ

by ସଞ୍ଜୟ ସ୍ୱାଇଁ
June 7, 2023
in Crime, State
ଏକାଧିକ ମହିଳାଙ୍କ ସହ ସମ୍ପର୍କ ରଖି ଅନ୍ତରଙ୍ଗ ମୁହୁର୍ତ୍ତର ଫଟୋ କରୁଥିଲେ ଭାଇରଲ, ରାତି ଅଧିଆ ଉଠାଇ ଆଣିଲା ପୁଲିସ
433
VIEWS
Share on FacebookShare on Twitter

ବାଲେଶ୍ଵର, (ବାଘୁଆବାର୍ତ୍ତା): ବାଲେଶ୍ଵର ଜିଲ୍ଲା ତାଳସାରି ମେରାଇନ ଥାନା ଅଞ୍ଚଳର ଜଣେ ମହିଳାଙ୍କ ସହିତ ଶାରିରୀକ ସମ୍ପର୍କ ରଖି ଅନ୍ତରଙ୍ଗ ମୁହୁର୍ତ୍ତର ଫଟୋ ଉଠାଇ ପରେ ସୋସିଆଲ ମିଡ଼ିଆରେ ଭାଇରଲ କରିବା ସହିତ ହତ୍ୟା ଧମକ ଦେବା ମାମଲାରେ ସ୍ଥାନୀୟ ସାହାବାଜିପୁର ଗାଁର ଜନୈକ ଯୁବକ ଜଗନ୍ନାଥ ଦାସଙ୍କୁ ରାତି ପ୍ରାୟ ୧୨ ଟାରେ ଘରୁ ଉଠାଇ ଆଣି ଥାନାରେ ଅଟକ ରଖି ଘଟଣାର ତଦନ୍ତ କରୁଛି ପୁଲିସ। ଭୋଗରାଇ ବ୍ଲକ ତାଳସାରି ମେରାଇନ ଥାନା ଅନ୍ତର୍ଗତ ସାହାବାଜିପୁର ପଞ୍ଚାୟତ ସେହି ଗ୍ରାମର ସନ୍ଧ୍ୟା ଦାସ(ସୋନା)ଙ୍କ ପୁଅ ଜଗନ୍ନାଥ ୩ ବର୍ଷ ତଳେ କଲେଜରେ ପାଠପଢୁ ଥିବା ବେଳେ କଲେଜର ଏକାଧିକ ସହପାଠୀଙ୍କ ସହିତ ପ୍ରେମ ସମ୍ପର୍କ ରଖିଥିଲେ। ସେଥିମଧ୍ୟରୁ ଜଗନ୍ନାଥପୁର ଅଞ୍ଚଳର ଜଣେ ଯୁବତୀ ପୂଜାକୁ ପ୍ରେମ ଜାଲରେ ଫସାଇ ବିବାହ କରିଥିଲେ। ମାତ୍ର ବିବାହର ୬ମାସ ପରେ ଅନ୍ତସତ୍ତ୍ଵା ସ୍ତ୍ରୀ ପୂଜାକୁ ନିର‌୍ୟ୍ୟାତନା ଦେଇ ଘରୁ ତଡ଼ି ଦେବା ସହିତ ଅନ୍ୟ ଜଣେ ମହିଳାଙ୍କ ପ୍ରେମରେ ପଡିଥିଲେ। ପୂଜା ଏକ ସନ୍ତାନକୁ ଜନ୍ମ ଦେଇ ଦୁଇ ବର୍ଷ ହେଲା ନ୍ୟାୟ ଅପେକ୍ଷାରେ ଜଗନ୍ନାଥପୁର ସ୍ଥିତ ନିଜ ବାପାଙ୍କ ଘରେ ଆଶ୍ରୟ ନେଇଛନ୍ତି। ଏପଟେ ଜଗନ୍ନାଥ ଦାସ ଚନ୍ଦନେଶ୍ୱର ବଜାରରେ ଏକ ଦୋକାନରେ କାର‌୍ୟ୍ୟ କରୁଥିବା ସମୟରେ କଲେଜ ଦିନର ପୁରୁଣା ପ୍ରେମିକା ଏବେର ବିବାହିତା ମହିଳା ଏକ କନ୍ୟା ସନ୍ତାନର ମାଆ ସହ ଭେଟ ହୋଇଥିଲା। ଉକ୍ତ ମହିଳାଙ୍କ ସହ ପୂର୍ଵ ଶାରୀରିକ ସମ୍ପର୍କ ସମୟର ଅନ୍ତରଙ୍ଗ ମୁହୁର୍ତ୍ତର ଫଟୋ ଦେଖାଇ ଭାଇରଲ କରିଦେବାର ଧମକ ଦେଇ ମହିଳାଙ୍କୁ ଭୟଭୀତ କରିବା ସହିତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲା। ଏହାସହିତ ତାଙ୍କଠାରୁ ମୋବାଇଲ୍ ନମ୍ୱର ନେଇ କଥାବାର୍ତ୍ତା ହୋଇଥିଲେ। ମହିଳାଙ୍କ ଅଜାଣତରେ ସେ ନିଜକୁ ଅବିବାହିତ ଦର୍ଶାଇ ବିବାହ କରିବ ବୋଲି ପ୍ରତିଶ୍ରୁତି ଦେଇ ମହିଳାଙ୍କୁ ନେଇ ହାଇଦ୍ରାବାଦ ପଳାଇ ଯାଇଥିଲେ। ସେଠାରେ ମହିଳାଙ୍କ ସହିତ ଶାରୀରିକ ସମ୍ପର୍କ ରଖି ଅନ୍ତରଙ୍ଗ ମୁହୁର୍ତ୍ତର ଏକାଧିକ ଫଟୋ ମୋବାଇଲ୍‌ରେ ଉଠାଇଥିଲେ ଏବଂ ତାଙ୍କୁ ଅନୈତିକ କାର‌୍ୟ୍ୟରେ ଲିପ୍ତ ରହିବାକୁ ବାଧ୍ୟ କରିଥିଲେ। ଅନ୍ୟଥା ସେହି ସମସ୍ତ ଅଶ୍ଲୀଳ ଫଟୋ ଗୁଡିକୁ ଭାଇରଲ କରିଦବେ ବୋଲି ଧମକ ଦେଇଥିଲେ। ମହିଳା ନିଜର ଭୂଲ ବୁଝିପାରି ଏବଂ ଜଗନ୍ନାଥ ବିବାହିତ ବୋଲି ଜାଣି ସାରିବା ପରେ ନିଜ ସ୍ୱାମୀକୁ ଡାକି ହାଇଦ୍ରାବାଦରୁ ନିଜ ଘରକୁ ସ୍ୱାମୀ ସହିତ ଫେରି ଆସିଥିଲେ। ମାତ୍ର ଜଗନ୍ନାଥ ମହିଳାଙ୍କ ସ୍ୱାମୀ ଓ ସମ୍ପର୍କୀୟମାନଙ୍କୁ ସେହି ଅନ୍ତରଙ୍ଗ ମୁହୁର୍ତ୍ତର ଫଟୋ ପଠାଇଦେବେ ବୋଲି କହିଥିଲେ। କିଛିଦିନ ପରେ ମହିଳାଙ୍କ ହ୍ୱାଟସ୍ ଆପ୍‌କୁ ଅଶ୍ଲିଳ ଫୋଟ ପଠାଇବା ସହ ତାଙ୍କ ସହ କଥା ହେବାର ଭିଡିଓ କଲ୍ ରେକର୍ଡିଂ ମଧ୍ୟ ପଠାଇଥିଲେ। ସଂପୃକ୍ତ ମହିଳା ଫଟୋ ନଛାଡିବା ପାଇଁ ନେହୁରା ହୋଇଥିଲେ। ପୁଣି ମହିଳାଙ୍କୁ ତାଙ୍କ ସହ ଶାରିରୀକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିବାକୁ ଧମକ ଦେଇଥିଲେ। ପରେ ପୁଣି ଉକ୍ତ ଫୋଟ ଗୁଡିକୁ ମହିଳାଙ୍କୁ ଓ ତାଙ୍କ ସମ୍ପର୍କୀୟଙ୍କ ନିକଟକୁ ପଠାଇଥିଲେ। ମହିଳାଙ୍କ ସ୍ୱାମୀଙ୍କୁ ଫୋନ୍ କରି ଗାଳିଗୁଲଜ କରିଥିଲେ। ଏ ନେଇ ପରିବାର ଲୋକଙ୍କୁ ଜଣାଇବା ପରେ ମହିଳା ଜଣକ ତାଳସାରି ମେରାଇନ ଥାନାରେ ଏତଲା ଦେଇଥିଲେ। ଏନେଇ ସୋମବାର ବିଳମ୍ବିତ ରାତିରେ ଅଭିଯୁକ୍ତ ଜଗନ୍ନାଥକୁ ଘରୁ ଟେକି ଆଣି ଥାନାରେ ଅଟକ ରଖି ଘଟଣାର ତଦନ୍ତ କରୁଥିବା ଥାନା ଅଧିକାରିଣୀ ଚମ୍ପାବତୀ ସୋରେନ ସୂଚନା ଦେଇଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!