Friday, November 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜୀବନ୍ତ ସ୍ୱାମୀକୁ ମୃତ ଦର୍ଶାଇ ଟଙ୍କା ହଡ଼ପ ଉଦ୍ୟମ, ସ୍ତ୍ରୀ ନାମରେ ମାମଲା ରୁଜ କଲେ ସ୍ୱାମୀ

by ସଞ୍ଜୟ ସ୍ୱାଇଁ
June 6, 2023
in Crime, State
ଜୀବନ୍ତ ସ୍ୱାମୀକୁ ମୃତ ଦର୍ଶାଇ ଟଙ୍କା ହଡ଼ପ ଉଦ୍ୟମ, ସ୍ତ୍ରୀ ନାମରେ ମାମଲା ରୁଜ କଲେ ସ୍ୱାମୀ
255
VIEWS
Share on FacebookShare on Twitter

ବଡ଼ମ୍ବା, (ବାଘୁଆବାର୍ତ୍ତା): ସ୍ୱାମୀଙ୍କୁ ମୃତ ଦର୍ଶାଇ ବାହାନଗା ଟ୍ରେନ ଦୁର୍ଘଟଣାରେ ଟଙ୍କା ହାତେଇବା ଉଦ୍ୟମ ଘଟଣାରେ ନୂଆ ଟ୍ବିଷ୍ଟ । ପତ୍ନୀଙ୍କ ବିରୋଧରେ ଏତଲା ଦେଲେ ସ୍ବାମୀ ବିଜୟ ଦତ୍ତ। ମାଣିଆବନ୍ଧ ଥାନାରେ ବିଜୟ ଏତଲା ଦେଇଛନ୍ତି । ଟଙ୍କା ଲୋଭରେ ମୃତ ବ୍ୟକ୍ତିଙ୍କୁ ସ୍ୱାମୀ ବନାଇବା ନେଇ ସାଂଘାତିକ ଖେଳ ଖେଳିଛନ୍ତି ବୋଲି ସେ ଲିଖିତ ଅଭିଯୋଗ କରିଛନ୍ତି। ନିଜର ସମ୍ମାନ ହାନି ହେବା ସହ ବଡ଼ମ୍ବା ମାଣିଆବନ୍ଧ ଅଞ୍ଚଳର ସମ୍ମାନ ହାନି ଘଟିଛି। ତେଣୁ ତୁରନ୍ତ ପତ୍ନୀ ଗୀତାଞ୍ଜଳି ଦତ୍ତଙ୍କୁ ଗିରଫ ପାଇଁ ବିଜୟ ଥାନାରେ ଗୁହାରୀ କରିଛନ୍ତି। ତେବେ ଗତ ୪ ତାରିଖରୁ ପତ୍ନୀ ଗୀତାଞ୍ଜଳି କେଉଁ ଆଡେ ନିଖୋଜ ହୋଇଯାଇଛନ୍ତି ବୋଲି ସେ ଦର୍ଶାଇଛନ୍ତି । ଏପଟେ ସେହି ୪ ତାରିଖ ଦିନ ଗୀତାଞ୍ଜଳି ଶବକୁ ନେଇ ସାଂଘାତିକ ଖେଳ ଖେଳିବାକୁ ଯାଇ ଧରାପଡିଥିଲେ । ବାହାନଗା ରେଳ ଦୁର୍ଘଟଣା ପରି ବିପତ୍ତି ସମୟରେ ସହାୟତା ରାଶି ହଡ଼ପ ପାଇଁ ଗୀତାଞ୍ଜଳି ଚକ୍ରାନ୍ତ କରିଥିଲେ । ଟଙ୍କା ପାଇଁ ମୃତ ବ୍ୟକ୍ତିଙ୍କୁ ସ୍ବାମୀ ବୋଲି ପରିଚୟ ଦେଇଥିଲେ ମହିଳା । ବାଲେଶ୍ବର ନୋସି ବିଜନେସ ପାର୍କ ପରିସରରେ ଏହି ଘଟଣା ଘଟିଥିଲା । ଅନେକ ସମ୍ପର୍କୀୟ ମୃତକଙ୍କୁ ଚିହ୍ନଟ କରୁଥିବାବେଳେ ହଠାତ ପହଞ୍ଚି କାନ୍ଦବୋବାଳି କରିଥିଲେ ଗୀତାଞ୍ଜଳି । ନିଜ ସ୍ବାମୀ କରମଣ୍ଡଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା କହିଥିଲେ । ସ୍ବାମୀ ବିଜୟ ଦତ୍ତଙ୍କର ରେଳ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ନେଇ ମିଛ କହିଥିଲେ। ଏମିତିକି ଏକ ଶବ ଉପରୁ ଧଳା କପଡ଼ା ଉଠାଇ ନିଜ ସ୍ବାମୀ ବୋଲି ଦର୍ଶାଇଥିଲେ। ପରେ ସ୍ବାମୀଙ୍କ ଆଧାରକାର୍ଡ ସହିତ, ପୂର୍ବ ଫଟୋ, ଏବଂ ସ୍ବାମୀଙ୍କ ନାମ ଥାଇ ଆଧାର କାର୍ଡ ମାଗିବା ପରେ ଅକଳରେ ପଡ଼ିଯାଇଥିଲେ। ପଚରାଉଚରା ପରେ ଗୀତାଞ୍ଜଳିଙ୍କର ଚାଲବାଜି ଧରାପଡ଼ିଯାଇଥିଲା। ପରେ ଜିଆରପି ତାଙ୍କୁ ଅଟକ ରଖିଥିବାବେଳେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ସେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!