ଭୂବନେଶ୍ୱର, (ବାଘୁଆବାର୍ତ୍ତା) : ସାରା ଭାରତ ବର୍ଷରେ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ପଛରେ ପକାଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବୋଲି ଜଣାଯାଇଛି । ଟାଇମ୍ସ ଅଫ୍ ଇଣ୍ଡିଆ ସି ଭୋଟର ଏକ ସର୍ଭେ ଅନୁଯାୟୀ ସାରା ଦେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୮୨.୯୬ ମାର୍କ ପାଇଥିବା ବେଳେ ଦ୍ୱିତୀୟରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ୮୧.୦୬, ତୃତୀୟରେ କେରଳ ୮୦.୨୮, ଚତୁର୍ଥରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୭୮୦୧, ପଂଚମରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ୭୬.୫୨ ମାର୍କ ପାଇଛନ୍ତି । ନବୀନଙ୍କ ଲୋକପ୍ରିୟତା ଶୀର୍ଷରେ ପହଂଚି ଥିବା ବେଳେ ଓଙ୍ଗ଼ିଶା ବିକାଶ ପଥରେ ଆଗଉଥିବା ନେଇ ମତ ପ୍ରକାଶ ପାଇଛି ।





