ଭୂବନେଶ୍ୱର,(ବାଘୁଆବାର୍ତ୍ତା ବ୍ୟୁରୋ): ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ଭୟାବହ ଭାବେ ବଢ଼ି ଚାଲିଛି । ରାଜ୍ୟରେ ନୂଆ ୧୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨୪୫ରେ ପଂହଚିଛି । ସେଥିମଧ୍ୟରେ ଅନୁଗୁଳ ୧, ବାଲେଶ୍ୱର ୨, ବଲାଙ୍ଗିରୀ ୭, କଟକ ୬, ଢେଙ୍କାନାଳ ୨, ଗଜପତି ୪, ଗଞ୍ଜାମ ୨୭, ଜଗତସିଂହପୁର ୪, ଯାଜପୁର ୧୦, କେନ୍ଦ୍ରାପଡ଼ା ୧୩, କେନ୍ଦୁଝର ୪, ଖୋର୍ଦ୍ଧା ୨୬, ମୟୁରଭଂଜ ୧, ନୟାଗଡ଼ ୧, ନୂଆପଡ଼ା ୧୯, ପୁରୀ ୫, ସମ୍ବଲପୁର ୧, ସୁନ୍ଦରଗଡ଼ରୁ ୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ୨୨୪୫ ଜଣ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୯୯୧ ଜଣ ସକ୍ରିୟ ଥିବା ବେଳେ ୧୨୪୫ ଜଣ ସୁସ୍ଥ ହୋଇଛନ୍ତି । ନୟାଗଡ଼ ଜିଲ୍ଲାରେ ପୂର୍ବରୁ ୬୮ ଜଣ ଆକ୍ରାନ୍ତ ଥିବା ବେଳେ ଏହି ସଂଖ୍ୟା ୬୯ରେ ପହଂଚିଛି । ରାଜ୍ୟରେ ମୃତ୍ୟୁ ସଂଖ୍ୟା ୭ ଜଣ ମୃତ୍ୟୁ ବରଣ କରିଥିବା ଜଣାଯାଇଛି ।






