Friday, November 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭିଜିଲାନ୍ସ ପଞ୍ଝାରେ ଡିଏଫଓ ଅଫିସ୍‌ର ବରିଷ୍ଠ କିରାଣୀ

by ସଞ୍ଜୟ ସ୍ୱାଇଁ
May 31, 2023
in Crime, State
ଭିଜିଲାନ୍ସ ପଞ୍ଝାରେ ଡିଏଫଓ ଅଫିସ୍‌ର ବରିଷ୍ଠ କିରାଣୀ
270
VIEWS
Share on FacebookShare on Twitter

ନୂଆପଡ଼ା, (ବାଘୁଆବାର୍ତ୍ତା): ଭିଜିଲାନ୍ସ ପଞ୍ଝାରେ ଡିଏଫଓ ଅଫିସ୍‌ର ବରିଷ୍ଠ କିରାଣୀ ସଞ୍ଜୟ କୁମାର ବାଗ। ୨୦ ହଜାର ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ଟିମ୍। ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ଠାରୁ ପେନସନ କରାଇ ଦେବା ବାବଦକୁ ଲାଞ୍ଚ ଦାବି କରିଥିଲେ ବରିଷ୍ଠ କିରାଣୀ। ବୁଧବାର ଯୋଜନାବଦ୍ଧ ଭାବରେ ଲାଞ୍ଚ ନେଉଥିବା ସମୟରେ କୋରାପୁଟ ଭିଜିଲାନ୍ସ ଟିମ୍ ରେଡ୍ କରିଛି। ଗତ ୨୦୧୯ରୁ ଖଡ଼ିଆଳ ବନ ବିଭାଗ ଫରେଷ୍ଟ ଗାର୍ଡ ବିନୋଦିନୀ କୈବର୍ତ୍ତ ମାନସିକ ଅସୁସ୍ଥ ହୋଇଥିଲେ । ଏଥିପାଇଁ ଗତ ୨୦୧୯ରୁ ୨୦୨୨ ପର‌୍ୟ୍ୟନ୍ତ ବିନୋଦିନୀ କାର‌୍ୟ୍ୟରେ ଯୋଗ ଦେଇନଥିଲେ । ଗତ ବର୍ଷ ବିଭାଗ ତରଫରୁ ବିନୋଦିନୀଙ୍କୁ ସ୍ବେଚ୍ଛାକୃତ ଅବସର ଗ୍ରହଣ ନେଇଥିଲେ । ହେଲେ ବିନୋଦିନୀଙ୍କୁ ପେନସନ ମିଳିନଥିଲା । ଏହି ପେନସନ କାଗଜପତ୍ରର ପ୍ରକ୍ରିୟାକରଣ ପାଇଁ ଖଡ଼ିଆଳ ଡିଏଫଓ ଅଫିସ ବରିଷ୍ଠ ସହାୟକ ଶ୍ରୀ ବାଗ ୨୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଏନେଇ ବିନୋଦିନୀଙ୍କ ଭାଇ ମନୋଜ କୈବର୍ତ୍ତ ଓଡ଼ିଶା ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ ।

ଆଜି ବିନୋଦିନୀଙ୍କ ଭାଇ ମନୋଜ ଡିଏଫଓ ଅଫିସରେ ବରିଷ୍ଠ ସହାୟକ ଶ୍ରୀ ବାଗଙ୍କୁ ପେନସନ କାଗଜପତ୍ରର ପ୍ରକ୍ରିୟାକରଣ ପାଇଁ ୨୦ ଟଙ୍କା ଲାଞ୍ଚ ଦେଉଥିଲେ । ଏହି ସମୟରେ କୋରାପୁଟ ଜୟପୁର ଓ ଭବାନୀପାଟଣା ମିଳିତ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିଲେ । ସେଠାରେ ଡିଏଫଓ ଅଫିସର ବରିଷ୍ଠ ସହାୟକ ଶ୍ରୀ ବାଗଙ୍କୁ ଲାଞ୍ଚ ନେବାବେଳେ ଧରିଥିଲେ । ମଧ୍ୟାହ୍ନରେ ଡିଏଫଓ ଅଫିସ ଓ ଲୋହରାପାଲି ସ୍ଥିତ ବାସ ଭବନରେ ଭିଜିଲାନ୍ସ ଏକ କାଳୀନ ଚଢ଼ାଉ କରିଥିଲା । ଏବେ ଶ୍ରୀ ବାଗଙ୍କ ସମ୍ପତ୍ତିର ତଦନ୍ତ ଜାରି ରହିଛି । ଏହି ଚଢ଼ାଉରେ ଜୟପୁର ଓ ଭବାନୀପାଟଣା ଭିଜିଲାନ୍ସ ଟିମ ସାମିଲ ହୋଇଛନ୍ତି । ଲାଞ୍ଚ କାରବାର ନେଇ ଭିଜିଲାନ୍ସ ବିଭାଗ ଯେତେ କଠୋର ହେଲେ ମଧ୍ୟ ସୁଧୁରୁ ନାହାଁନ୍ତି ଲାଞ୍ଚୁଆ ଓ ଜିଦଖୋର୍ ଅଫିସର। ନିଜ ପଦ ପଦବୀର ଅପବ୍ୟବହାର କରି ସାଧାରଣ ଲୋକଙ୍କୁ ଲୁଟିଛନ୍ତି ଏହି ବଡ଼ ବଡ଼ିଆ ବାବୁ। ମଙ୍ଗଳବାର ଲାଞ୍ଚ କାରବାର ନେଇ ଭିଜିଲାନ୍ସ ଚେତାବନୀ ଦେଇଥିଲା। ଉଭୟ ଲାଞ୍ଚ ଦେଉଥିବା ଏବଂ ନେଉଥିବା ଲୋକଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ କରିଥିଲା।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!