ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାର ରଣପୁର ଅଞ୍ଚଳରେ ପଥର ମାଫିଆଙ୍କ ଘରେ ଜିଏସଟି ରେଡ କରିଛି । ପଥର ଖଣି ମାଫିଆଙ୍କ ଘରେ GST ବିଭାଗର ରେଡ୍ । ନୟାଗଡ଼ ଜିଲ୍ଲା ରଣପୁର ତହସିଲ କାର୍ଯ୍ୟାଳୟ ମଧ୍ୟରୁ କିଛି ନଥିପତ୍ର ସଂଗ୍ରହ କରିବା ପରେ ପଥରଖଣି ମାଫିଆ ତଥା ସୁଶାନ୍ତ ବରାଡଙ୍କ ଘରେ ରେଡ୍ କରିଥିଲା ଏହି GST ବିଭାଗ । ଭୁବନେଶ୍ୱର GST ଟିମ୍ (ଇଣ୍ଟେଲିଜେଣ୍ଟ୍)ଙ୍କ ସୂଚନା ଅନୁସାରେ ୪ ଜଣ ଖଣି ମାଫିଆଙ୍କ ଘରେ ରେଡ୍ କରାଯାଉଛି । ରଣପୁର ତହସିଲ ଅଧିନସ୍ଥ ମୟୁରଝାଲିଆ ଗ୍ରାମରେ ବେଆଇନ ପଥରଖଣିକୁ ନେଇ NGT ମାମଲା ଘଟଣାରେ ଚର୍ଚ୍ଚିତ ଖଣି ମାଫିଆ ସୁଶାନ୍ତ ବରାଡ ଘରେ GST ବିଭାଗ ପକ୍ଷରୁ ରେଡ୍ କରାଯାଇଛି । କିଛି ଦରକାରୀ କାଗଜପତ୍ର ଜବତ କରାଯାଇଛି ବୋଲି GST ଟିମ୍ ର ଆଡିସିନାଲ୍ ଆସିଷ୍ଟାଣ୍ଟ ଡାଇରେକ୍ଟର ଶଶାଙ୍କ ଭୂଷଣ ବାରିକ ସୂଚନା ଦେଇଛନ୍ତି ।





