ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଘଡ଼ିସନ୍ଧି ମୂହୂର୍ତ୍ତରେ ସାଧାରଣ ଲୋକଙ୍କ ପାଇ ଲଢ଼େଇ କରୁଥିବା କରୋନା ଯୋଦ୍ଧା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁ, ବନଖଣ୍ଡ ଅଧିକାରୀ ଧନରାଜ ଏଚ୍ଡି, ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିୱାକର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଶ୍ୱେତ ମହାପାତ୍ରଙ୍କ ସମେତ ବହୁ ସେବୀକାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ଜଣାଯାଇଛି । ଏବିଭିପି ନୟାଗଡ଼ ଜିଲ୍ଲା ପ୍ରମୂଖ ପରମେଶ୍ୱର ମହାନ୍ତି, ଜିଲ୍ଲା ସଂଯୋଜକ ପ୍ରିୟବ୍ରତ ମିଶ୍ର, ନୟାଗଡ଼ ନଗର ସଂପାଦକ ଦିଲ୍ଲୀପ ନାୟକ, ପ୍ରଫୁଲ କୁମାର ସ୍ୱାଇଁଙ୍କ ସମେତ ଅନେକ ସଦସ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ।






