ନୟାଗଡ଼, (ବାଘୁଆବାର୍ତ୍ତା): କାର ରେ ହେଉଥିଲା ଗଞ୍ଜେଇ ଚାଲାଣ। ଗିରଫ ହେଲେ ୨ ଯୁବକ । ଜଟଣୀ ପୋଲିସ ସ୍ଥାନୀୟ ଗୋଲେଇ ମାର୍କେଟ ରେ ଚଢ଼ାଉ କରି ୨୮ କେଜି ୪୦୦ ଗ୍ରାମ ଓଜନର ଗଞ୍ଜେଇ ଜବତ କରିଛି। ଏଥିସହ ଗୋଟିଏ ୪ ଚକିଆ ଯାନ ଓ ନଗଦ ୪୧୦୦ ଟଙ୍କା ଜବତ କରିଛି। ଗିରଫ ଅଭିଯୁକ୍ତ ହେଲେ ନୟାଗଡ଼ ଇଟାମାଟି ଅଞ୍ଚଳ ର ଉମାକାନ୍ତ ସାହୁ, ଖୋର୍ଦ୍ଧା ନରଣ ଗଡ ଅଞ୍ଚଳ ର ମନୋଜ କାଣ୍ଡି।





