ନୟାଗଡ଼,(ବାଘୁଆବାର୍ତ୍ତା): କରୋନା ମହାମାରୀ ସମୟରେ ରକ୍ତ ଅଭାବକୁ ଦୃଷ୍ଟିରେ ରଖି ନୟାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ନିର୍ଦ୍ଦେଶରେ ନୟାଗଡ଼ ଜୀବନ ବିନ୍ଦୁ ଦ୍ୱାରା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ରକ୍ତଭଣ୍ଡାର ପରିସରରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ସିନ୍ଦୁରିଆ ପଂଚାୟତରୁ ୮ ୟୁନିଟ୍, ବଡ଼ପଣ୍ଡୁସର ପଂଚାୟତରୁ ୫ ୟୁନିଟ୍, ବାଉଁଶିଆପଡ଼ା ପଂଚାୟତରୁ ୨, ଜହ୍ନିପଦା ପଂଚାୟତରୁ ୬ ୟୁନିଟ୍, ଅନ୍ୟାନ ୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି । ଆଜି ମୋଟ ୨୨ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ଜଣାଯାଇଛି । ଏହି ରକ୍ତଦାନ ଶିବିରକୁ ଯୁବ ବିଜେଡି ସଭାପତି ରମେଶ ସାହୁ, ଦୁର୍ଯ୍ୟୋଧନ ବେହେରା, ଶୀକାନ୍ତ ପଟ୍ଟନାୟକ, ସମାଜସେବୀ ଦାମୋଦର ସାହୁ, ବ୍ଲକ ଉପାଧ୍ୟକ୍ଷ ସୁବାସ କଅଁର, ପୂର୍ବତନ ନଗରପାଳ ଗୁରୁପ୍ରସାଦ ଜେନା, ଜାନକୀ ଜେନା ପ୍ରମୂଖ ପରିଚାଳନା କରିଥିଲେ ।






