ପାଟଣାଗଡ଼, (ବାଘୁଆବାର୍ତ୍ତା): ବାହା ହେବାକୁ ମନା କରିବାରୁ ପ୍ରେମିକ ଜାଳିଦେଲା ପ୍ରେମିକା ଘର। ଏପରି ଅଭାବନୀୟ ଘଟଣା ବଲାଙ୍ଗୀର ଜିଲ୍ଲା ପାଟନାଗଡ଼ ଅଞ୍ଚଳରେ ଘଟିଛି। ଅଭିଯୁକ୍ତ ଜଣଙ୍କ ପ୍ରେମିକା ଘରେ ପେଟ୍ରୋଲ୍ ଢାଳି ନିଆଁ ଲଗାଇ ଦେଇଥିଲା। ଏହି ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଏଥିରେ ଘରେ ଥିବା ୨ ମହିଳାଙ୍କ ସହ ଜଣେ ବାଳକ ଗୁରୁତର ହୋଇଛନ୍ତି। ଲାଠୋର ପୋଲିସ ପ୍ରଥମେ ସେଠାରୁ ୩ ଜଣଙ୍କୁ ଉଦ୍ଧାର କରି ଖପ୍ରାଖୋଲ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ପରେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ସେମାନଙ୍କୁ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ଏପରି ଅପରାଧିକ କାଣ୍ଡ ଭିଆଇ ପ୍ରେମିକ ଫେରାର ଥିବା ଜଣାପଡ଼ିଛି।





