କୋରାପୁଟ, (ବାଘୁଆବାର୍ତ୍ତା): କୋରାପୁଟ ସହରର ବିଭିନ୍ନ ସ୍ଥାନରୁ ଚୋରି ହୋଇଥିବା ମୋବାଇଲକୁ ଜବତ କରିଛି ଟାଉନ ଥାନା ପୋଲିସ । ପୂର୍ବରୁ ତିନି ଚୋରଙ୍କୁ ଗିରଫ କରିବା ପରେ ତାଙ୍କଠାରୁ ୨୧ଟି ଚୋରି ମୋବାଇଲ ଉଦ୍ଧାର କରିଛି । ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳକୁ ଆପଣେଇ ମୋବାଇଲଗୁଡିକ ଠାବ କରି ଜବତ କରିଛି । ଯେଉଁମାନଙ୍କ ଠାରୁ ମୋବାଇଲ ଚୋରି ହୋଇଥିଲା ପ୍ରକୃତ ଲୋକଙ୍କୁ ଚିହ୍ନଟ କରି ମୋବାଇଲ ଗୁଡିକ ଫେରାଇଛି ଟାଉନ ଥାନା ପୋଲିସ । ଚୋରମାନଙ୍କୁ ଧରିବା ନେଇ ପୋଲିସ ପକ୍ଷରୁ ବ୍ୟାପକ ଧରପଗଡ ଜାରି ରହିଛି ବୋଲି କୋରାପୁଟ ଅତିରିକ୍ତ ଏସପି ଉତ୍କଳ କେଶରୀ ଦାସ ଟାଉନ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ନିଜର ବ୍ୟବହାର କରୁଥିବା ମୂଲ୍ୟବାନ ଜିନିଷଗୁଡିକୁ ଯତ୍ନର ସହ ବ୍ୟବହାର କରିବା ସହ ଜିନିଷ ଗୁଡିକର କାଗଜ ପତ୍ର ସର୍ବଦା ଠିକ ଠାକ ରଖିବାକୁ ନିବେଦନ କରିଛନ୍ତି । ତେବେ କୋରାପୁଟ ପୋଲିସ ସବୁବେଳେ ସାଧାରଣ ଲୋକଙ୍କ ବିପଦରେ ଠିଆ ହୋଇ ବନ୍ଧୁ ଭଳି ସହଯୋଗ କରିଆସୁଛି ଓ ଆଗାମୀ ଦିନରେ ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ଅଧିକ ଉତ୍ତମ ସମ୍ପର୍କ ରଖିବାକୁ ଯତ୍ନବାନ ରହିଛି ବୋଲି କହିଛନ୍ତି ।ଚୋରି ହୋଇଥିବା ମୋବାଇଲକୁ ଫେରି ପାଇଥିବାରୁ ଲୋକେ ବେଶ ଖୁସି ପ୍ରକାଶ କରିଛନ୍ତି ।





