Friday, November 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗଞ୍ଜେଇ ଚୋରା ଚାଲାଣ, ପୁଲିସକୁ ବାନ୍ଧିଲା ପୁଲିସ

by ସଞ୍ଜୟ ସ୍ୱାଇଁ
May 26, 2023
in Crime, State
ଗଞ୍ଜେଇ ଚୋରା ଚାଲାଣ, ପୁଲିସକୁ ବାନ୍ଧିଲା ପୁଲିସ
207
VIEWS
Share on FacebookShare on Twitter

ମାଲକାନଗିରି (ବାଘୁଆବାର୍ତ୍ତା): ଗଞ୍ଜେଇ ମାଫିଆଙ୍କ ସହ ମିଶି ଓଡ଼ିଶାରୁ ଗଞ୍ଜେଇ ଚାଲାଣ ଚୋରା କରୁଥିଲା ତେଲେଙ୍ଗାନା ପୁଲିସ। ଭାବିଥିଲା କେହି କିଛି ଜାଣିପାରିବେନି। ହେଲେ ପୁଲିସ ବାବୁଙ୍କ ସବୁ ଅଙ୍କ ଭୁଲ ହୋଇଯାଇଥିଲା। ଅଧାବାଟରେ ଓଡ଼ିଶା ପୁଲିସ ହାତରେ ଧରାପଡ଼ି ଯାଇଥିଲା ତେଲେଙ୍ଗାନା ପୁଲିସ ଓ ଗଞ୍ଜେଇ ମାଫିଆମାନେ। ଜଣେ ତେଲେଙ୍ଗାନା ପୁଲିସ ସହ ୬ଜଣ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଥିଲା ଓଡ଼ିଶା ପୁଲିସ। ଏଭଳି କିଛି ଆଶ୍ଚର‌୍ୟ୍ୟଜନକ ଘଟଣା ଘଟିଛି ମାଲକାନଗିରି ଜିଲ୍ଲାରେ କମଳା ପଦର ଅଞ୍ଚଳ ଦେଇ ଦୁଇଟି ଦାମୀ କାର୍‌ରେ ଗଞ୍ଜେଇ ଚାଲାଣ ହେଉଥିବା କାଲିମେଳା ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା।ଗୁରୁବାର ରାତିରେ କମଳା ପଦର ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ପୁଲିସ ଦୁଇଟି କାର୍‌କୁ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ଦୁଇଟି କାର୍ ଡିକିରୁ ୧୦୩ କେଜି ଗଞ୍ଜେଇ ଜବତ କରାଯାଇଥିଲା। ଏହି ଘଟଣାରେ ୨ଟି କାର୍‌ରେ ଥିବା ୭ଜଣଙ୍କୁ ଗିରଫ କରାଯାଇଥିଲା।। ଗିରଫ ପରେ ଅଭିଯୁକ୍ତମାନଙ୍କୁ ପଚରାଉଚରା କରିବାପରେ ସେମାନଙ୍କ ମଧ୍ୟରୁ ଜଣେ ତେଲେଙ୍ଗାନା ପୁଲିସ ବୋଲି ଜଣାପଡ଼ିଥିଲା। ସେମାନଙ୍କ ପାଖରୁ ୩ଟି ଆଇଫୋନ୍, ଇଞଗ କାର୍ଡ, ପାନକାର୍ଡ ଓ ଆଧାର କାର୍ଡ ଜବତ କରାଯାଇଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି। କାଲିମେଳା ଥାନା ଅଧିକାରୀ ସୂର‌୍ୟ୍ୟ ପ୍ରକାଶ କହିଛନ୍ତି, ଏହି ଗଞ୍ଜେଇ ମାଲକାନଗିରିରୁ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା। ୭ଜଣ ଅଭିଯୁକ୍ତଙ୍କୁ ଘଊଚଝ ଆକ୍ଟରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!