ନୟାଗଡ଼, (ବାଘୁଆବାର୍ତ୍ତା): ୨୦୨୨-୨୩ ଶିକ୍ଷା ବର୍ଷର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳାଫଳ ଚଳିତ ମାସ ଗତ ୧୮ ତାରିଖରେ ପ୍ରକାଶିତ ହୋଇ ଯାଇଛି । ଏଥିରେ ରଣପୁର ବ୍ଲକରୁ ୩୪ ଜଣ ଛାତ୍ରଛାତ୍ରୀ ଏ-୧ ଗ୍ରେଡରେ ପାସ କରି ରଣପୁର ବ୍ଲକ ପାଇଁ ଗୌରବ ଆଣି ପାରିଛନ୍ତି । ସେମାନଙ୍କ ମଧ୍ୟରୁ ୯୫% ପ୍ରତିଶତ ମାର୍କ ରଖ୍ô ୨ ଜଣ ଉତୀର୍ଣ୍ଣ ହୋଇଥ୍ôବା ଜଣାଯାଇଛି ।
ସେମାନେ ହେଲେ ବୃନ୍ଦାବନପୁର ପଚାଂୟତ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ପ୍ରତୀକ୍ଷା ନାୟକ ଓ ମଝିଆଖଣ୍ଡ ରଘୁନାଥ ନୋଡାଲ ଉଚ୍ଚ ବିଦ୍ୟାଳୟର ଛାତ୍ର ଅନିଲ କୁମାର ସାହୁ ଉଭୟ ୫୭୦ ମାର୍କ ରଖି ରଣପୁର ବ୍ଲକର ଟପ୍ପର ଭାବେ ଉତୀର୍ଣ୍ଣ ହୋଇଥିବା ଜଣାଯାଇଛି । ଅନ୍ୟ ଏ-୧ ଗ୍ରେଡରେ ପାସ୍ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ନିଜ ବିଦ୍ୟାଳୟ ତରଫରୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି ।
ଏହି ପରିପ୍ରେକ୍ଷୀରେ ଗୌରାଙ୍ଗପୁର ପଚାଂୟତର ଗୌରାଙ୍ଗପୁର ଗ୍ରାମ ପଚାଂୟତ ଉଚ୍ଚ ବିଦ୍ୟାଳୟର ୩ ଜଣ ଛାତ୍ରୀ ଏ-୧ ଗ୍ରେଡରେ ପାସ୍ କରି ନିଜ ବିଦ୍ୟାଳୟ ତଥା ନିଜ ଅଚଂଳ ପାଇଁ ଗୌରବ ଆଣି ପାରିଛନ୍ତି । ସେମାନେ ହେଲେ ତୁଳସୀ ରଥ (୫୪୨ ମାର୍କ), ପୁଷ୍ପାଞ୍ଜଳୀ ବଳିଆରସିଂହ (୫୪୬ ମାର୍କ), ସସ୍ମିତା ମୁଦୁଲି (୫୪୦ ମାର୍କ) । ଏହି ୩ ଜଣଙ୍କୁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରାଯାଇ ସେମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରାଯାଇଛି । ଏହି ସମ୍ବର୍ଦ୍ଧନା କାର୍ୟ୍ୟକ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବିଦେଶିନୀ ପତିଙ୍କ ତତ୍ୱାବଧାନରେ କୃତୀ ଛାତ୍ରମାନଙ୍କ ଘରକୁ ଯାଇ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଅନ୍ୟମାନଙ୍କ ମଧ୍ୟରେ ଶିତେନ୍ଦ୍ର ବଳିଆରସିଂ, ପ୍ରମୋଦ ଛୋଟରାୟଙ୍କ ସମେତ ବହୁ ପୁରାତନ ଛାତ୍ରଛାତ୍ରୀ ଏହି କାର୍ୟ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିଥିଲେ । ସେହିପରି ମଝିଆଖଣ୍ଡ ପଚାଂୟତର ରଘୁନାଥ ନୋଡାଲ ଉଚ୍ଚ ବିଦ୍ୟାଳୟର ଏ-୧ ଗ୍ରେଡ ମାର୍କ ରଖି ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି । ଏହି କାର୍ୟ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ରଣପୁର ବ୍ଲକ ଶିକ୍ଷା ଅଧିକାରିଣୀ ବନଲତା ବେହେରା, ମୂଖ୍ୟ ବକ୍ତା ଭାବେ ସ୍ଥାନୀୟ ସରପଚଂ ମଧୁମିତା ତରାଇ , ମୋ ସକୁଲ ସଭାପତି ସୁବଳ ପ୍ରଧାନ , ମୋ ସ୍କୁଲ ସଭ୍ୟ ଅଶୋକ କୁମାର ବେହେରା, ବିଦ୍ୟାଳୟର ପୂର୍ବତନ ଖେଳ ଶିକ୍ଷକ ଶରତ କୁମାର ସାମନ୍ତରାୟ ପ୍ରମୂଖ ଯୋଗ ଦେଇଥିଲେ ।
ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁଙ୍କ ତତ୍ୱାବଦାନରେ ଏହି କାର୍ୟ୍ୟକ୍ରମ ଆୟୋଜିତ ହୋଇଥିଲା । ଅନିଲ କୁମାର ସାହୁ ୫୭୦ ମାର୍କ ରଖି ବ୍ଲକ ଟପ୍ପର ହୋଇ ପାରିଥିବା ବେଳେ ପ୍ରତାପ କୁମାର ବେହେରା ୫୬୦ ମାର୍କ ରଖି ଏ-୧ ଗ୍ରେଡ ହାସଲ କରି ବିଦ୍ୟାଳୟ ତଥା ଅଚଂଲ ପାଇଁ ଗୌରବ ଆଣି ପାରିଛନ୍ତି । ଉପସ୍ଥିତ ଅତିଥି ମାନେ ସେମାନଙ୍କୁ ଟ୍ରଫି ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ଏହି କାର୍ୟ୍ୟକ୍ରମରେ ମଝିଆଖଣ୍ଡ ସି.ଆର.ସି.ସି. ବିଶ୍ୱ ମୋହନ ବେହେରା, ନରସିଂହପୁର ସି.ଆର.ସି.ସି. ସୁଶୀଲ କୁମାର ରଣା, ଶିକ୍ଷୟତ୍ରୀ ସୁନିତା ପରମାଣିକ, ସୋନାଲି ପ୍ରିୟଦର୍ଶିନୀ, ଶିକ୍ଷକ ସଞ୍ଜୟ ନାୟକଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ , ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ ସଦସ୍ୟା ଏହି କାର୍ୟ୍ୟକ୍ରମରେ ସହଯୋଗ କରିଥିଲେ ।





