ବ୍ରହ୍ମପୁର, (ବାଘୁଆବାର୍ତ୍ତା): ବଟି ମାଗିବା ଅଭିଯୋଗରେ ୫ ଅଭିଯୁକ୍ତ ଗିରଫ । ୧୫ ହଜାର ଟଙ୍କା ଲୁଟି ନେଇ ମାଡ଼ ମାରିବା ଘଟଣାରେ ଗିରଫ ହୋଇଛନ୍ତି । ସେମାନଙ୍କ ନିକଟରୁ ୧୦୦୦ ଟଙ୍କା, ଗୋଟିଏ ମୋଟର ସାଇକେଲ ଏବଂ ୧୧ଟି ମୋବାଇଲ ଫୋନ ଉଦ୍ଧାର କରିଛି ପୋଲିସ । ବି.ସାଗର ପାତ୍ର ନାମକ ଜଣେ ଯୁବକ ଡେଙ୍ଗାଓସ୍ଥାଠାରୁ ଚୂଡ଼ଙ୍ଗପୁର ଫେରୁଥିବା ବାଟରେ ଦୁର୍ବୃତ୍ତମାନେ ବାଟ ଓଗାଳି ୧୦ହଜାର ଟଙ୍କା ବଟି ମାଗିଥିଲେ । ବଟି ନଦେବାରୁ ମାଡ଼ ମାରି ୧୫ ହଜାର ଟଙ୍କା ସହ ଅନ୍ୟାନ୍ୟ ସାମଗ୍ରୀ ଲୁଟିଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ବି. ସାଗର ପାତ୍ର ।





