Wednesday, November 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅନ୍‌ଲାଇନରେ ହେବ ଯୁକ୍ତ ୨ ସ୍ପଟ ଆଡମିଶନ୍

by ସଞ୍ଜୟ ସ୍ୱାଇଁ
May 22, 2023
in Education, State
ଅନ୍‌ଲାଇନରେ ହେବ ଯୁକ୍ତ ୨ ସ୍ପଟ ଆଡମିଶନ୍
219
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଚଳିତବର୍ଷ ଠାରୁ ଅନ୍‌ଲାଇନ ଜରିଆରେ ହେବ ଯୁକ୍ତ ୨ ସ୍ପଟ ଆଡମିଶନ୍। ମେରିଟ୍ ଲିଷ୍ଟ ହିସାବରେ ଛାତ୍ରଛାତ୍ରୀ ପାଇବେ ସିଟ୍। ସ୍ପଟ୍ ଆଡମିଶନ ପାଇଁ ସିଲେକ୍ସନ୍ ହେଲେ ହ୍ୱାଟ୍ସଆପ୍ କିମ୍ବା ଏସ୍‌ଏମ୍‌ଏସ୍‌ରେ ବାର୍ତ୍ତା ପଠାଯିବ। କାଗଜପତ୍ରରେ ଦୁର୍ନୀତି ରୋକିବାକୁ ସାମ୍‌ସ ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଛି। ଏନେଇ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକଙ୍କ କାର‌୍ୟ୍ୟାଳୟ ପକ୍ଷରୁ ଚଳିତ ମାସ ୧୭ ତାରିଖରେ ନିର୍ଦ୍ଦେଶନାମା ଜାରି ହୋଇଛି। ସେହିପରି ଯେଉଁ ଦଶମ ପାସ୍ କରିଥିବା ଛାତ୍ରଛାତ୍ରୀ ଅନ୍‌ଲାଇନ୍ ଯୋଗେ ଆଡ୍‌ମିଶନ କରିବାକୁ ଅବେଦନ କରିନଥିବେ, ସେମାନଙ୍କ ମୋବାଇଲକୁ ଏସ୍‌ଏମ୍‌ଏସ୍ ଜରିଆରେ ବାର୍ତ୍ତା ପଠାଇ ଇ-ଆଡମିଶନ ଜରିଆରେ ନାମ ଲେଖାଇବାକୁ ସଚେତନତା କରାଯିବ। ତେବେ ଏପର‌୍ୟ୍ୟନ୍ତ କେଉଁ ସମୟରେ ଯୁକ୍ତି ୨ ନାମ ଲେଖା ଆରମ୍ଭ ହେବ ସେନଇ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ କରାଯାଇନାହିଁ। ଦଶମ ପାସ୍ କରିଥିବା ଛାତ୍ରଛାତ୍ରୀମାନେ ଏହି ପ୍ରକ୍ରିୟା କେବେ ଆରମ୍ଭ ହେବ ଚାହିଁ ବସିଛନ୍ତି। ସେପଟେ ମାଟ୍ରିକରେ ରେକର୍ଡ ସଂଖ୍ୟକ ପିଲା ପାସ୍ କରିବା ପରେ ଯୁକ୍ତ ୨ରେ ସମସ୍ତଙ୍କୁ ସିଟ୍ ଯୋଗାଇ ଦେବା ନେଇ ଉଚ୍ଚ ଶିକ୍ଷା ବିଭାଗର ଚିନ୍ତା ବଢ଼ିଛି। ପିଲାଙ୍କୁ ଯୁକ୍ତ ୨(କଳା/ବିଜ୍ଞାନ/ବାଣିଜ୍ୟ ବିଭାଗ)ରେ ନାମ ଲେଖାଇବା ବଦଳରେ ଧନ୍ଦାମୂଳକ ଶିକ୍ଷାପ୍ରତି ଆକର୍ଷଣ ପାଇଁ ପ୍ରୟାସ ଆରମ୍ଭ ହୋଇଛି। ପିଲାମାନେ ଧନ୍ଦାମୂଳକ ଶିକ୍ଷା ଆଡ଼କୁ ଯେପରି ଢଳିବେ ସରକାର ଏଥିପାଇଁ ଯୋଜନା କରୁଛନ୍ତି। ସ୍କୁଲ ସ୍ତରରେ ପିଲାଙ୍କୁ ଏନେଇ ପ୍ରୋତ୍ସାହିତ କରିବାକୁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶାଳୟ ପକ୍ଷରୁ ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖାଯାଇଛି। ବୋର୍ଡ ନିର୍ଦ୍ଦେଶକ ଏହି ଚିଠି କରିଛନ୍ତି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ରାଜ୍ୟରେ ଏବେ ୨୩୧ ସରକାରୀ ଧନ୍ଦାମୂଳକ ସେକେଣ୍ଡାରୀ ସ୍କୁଲ ରହିଛି। ସାଧାରଣ ପାଠପଢ଼ା ଅପେକ୍ଷା ପିଲାମାନେ କିପରି ଧନ୍ଦାମୂଳକ ପାଠପଢ଼ା ପ୍ରତି ଆକର୍ଷିତ ହେବା ଭଲ। ଏହି ପାଠପଢ଼ି ପିଲାମାନେ ରୋଜଗାରକ୍ଷମ ହେବା ସହ ନିଜସ୍ୱ ଅନୁଷ୍ଠାନ ଆରମ୍ଭ କରିପାରିବେ। ବ୍ୟକ୍ତିତ୍ୱ ବିକାଶ ସାଙ୍ଗକୁ ଆର୍ଥିକ, ବିଭିନ୍ନ ଜିନିଷ ଉତ୍ପାଦନ କ୍ଷମତା ଏହି ଶିକ୍ଷା ଦ୍ୱାରା ବଢ଼ିପାରିବ। ମଧ୍ୟମସ୍ତରରେ ଆବଶ୍ୟକ ପଡ଼ୁଥିବା କୁଶଳୀ କାରିଗର ଚାହିଦା ଏହାଦ୍ୱାରା ପୂରଣ କରାଯାଇପାରିବ। ଏନେଇ ସଚେତନତା କରିବାକୁ ପଡ଼ିବ। ଲୋକଙ୍କ ଭିତରେ ସେଚତନତା ଅଭାବରୁ ଧନ୍ଦମୂଳକ ଶିକ୍ଷାରେ ନାମଲେଖା ଆଶାନୁରୂପକ ହେଉନି। ତେଣୁ ଦଶମ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ଭିତରେ ଏବାବଦରେ ସଚେତନତା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ବିଇଓ ଅଫିସ୍, ସିଆସିସି ଅଫିସ୍ ଓ ହାଇସ୍କୁଲର ନୋଟିସ୍ ବୋର୍ଡରେ ଏ ସମ୍ପର୍କରେ ସୂଚିତ କରି ଛାତ୍ରଛାତ୍ରୀଙ୍କୁ ଜଣାଇବାକୁ କୁହାଯାଇଛି। ଏହାଛଡ଼ା ପଦକ୍ଷେପ ସମ୍ପର୍କରେ ସ୍କୁଲ ପରିଚାଳନା କମିଟିରେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ଜଣାଇ ସଚେତନତା ସୃଷ୍ଟି କରିବାକୁ ମଧ୍ୟ କୁହାଯାଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!