Saturday, June 13, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚେସ୍ ଖେଳିଲେ ବିଧାୟକ, ଜିତେନ୍ଦ୍ର ଚମ୍ପିୟାନ

by ସଞ୍ଜୟ ସ୍ୱାଇଁ
May 21, 2023
in Nayagarh, Sports, State
ଚେସ୍ ଖେଳିଲେ ବିଧାୟକ, ଜିତେନ୍ଦ୍ର ଚମ୍ପିୟାନ
219
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ଗତ ଦୁଇଦିନ ଧରି ନୟାଗଡ଼ରେ ଚାଲିଥିବା ଜିଲ୍ଲାସ୍ତରୀୟ ଚେସ ଟୁର୍ଣ୍ଣାମେଣ୍ଟରେ ଜିତେନ୍ଦ୍ର କୁମାର ଦାସ ଚମ୍ପିୟାନ ହୋଇ ପ୍ରମାଣପତ୍ର ଓ ଅର୍ଥରାଶି ପୁରସ୍କାର ପାଇଛନ୍ତି। ଦ୍ୱିତୀୟ ସ୍ଥାନରେ ବାଲାରସେନ ପାତ୍ର, ତୃତୀୟରେ ଜଳଧର ପାତ୍ର, ଚତୁର୍ଥରେ ସିଦ୍ଧାର୍ଥ ଶଙ୍କର ରାୟ ଏବଂ ପଞ୍ଚମ ସ୍ଥାନରେ ଗଙ୍ଗାଧର ଦାସ ପ୍ରମୁଖ ପୁରସ୍କୃତ ହୋଇଛନ୍ତି।

ନୟାଗଡ଼ ଜିଲ୍ଲା ଚେସ ଆସୋସିଏସନ ଏବଂ କେସି କ୍ଲବର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ କେସି କ୍ଲବଠାରେ ଦୁଇଦିନ ଧରି ଚାଲିଥିବା ଜିଲ୍ଲା ସ୍ତରୀୟ ଓପନ ଚେସ ଟୁର୍ଣ୍ଣାମେଣ୍ଟର ଆଜି ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗଦାନ କରି ଉପସ୍ଥିତ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିବା ସହିତ ମୋବାଇଲରେ ଅଯଥା ସମୟ ଅପଚୟ ନକରି ଅଧିକରୁ ଅଧିକ କ୍ରୀଡ଼ାରେ ମନୋନିବେଶ ପାଇଁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ ଯୋଗଦାନ କରିଥିଲେ।

ଉଦଯାପନୀ ସମାରୋହରେ ଚେସ ଆସୋସିଏସନ ସଭାପତି ଶ୍ରୀଧର ସାହୁ,ସମ୍ପାଦକ ଧୀରେନ୍ଦ୍ର ପଟ୍ଟନାୟକ, କେସି କ୍ଲବ ସମ୍ପାଦକ ସଂଗ୍ରାମ ଗୁମାନସିଂ, ପ୍ରମୁଖ ଉପସ୍ଥିତ ଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୪୨ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ସ୍ୱିସ ଲିଗରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟକୁ ଆର୍ବିଟର ସନ୍ତୋଷ ମହାପାତ୍ର ପରିଚାଳନା କରିଥିବା ବେଳେ ଜିଲ୍ଲା ଚେସ ଆସୋସିଏସନ ପକ୍ଷରୁ କୋଷାଧ୍ୟକ୍ଷ ତରୁଣ ଖାଁ,ସଦସ୍ୟ ସ୍ବଦେଶ ରଥ, ଲକ୍ଷ୍ମୀଧର ସାହୁ, ରିତେଶ ରଥ, ବାଲାରସେନ ପାତ୍ର ଏବଂ କେସି କ୍ଲବ ପକ୍ଷରୁ ସାମ୍ବାଦିକ ରାମକୃଷ୍ଣ ରଥ, ଗୌରୀଶଙ୍କର ଦାସ, ସନ୍ତୋଷ ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!