ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାଜଧାନୀରେ ଥମୁନି ବ୍ରାଉନସୁଗାର କାରବାର । ପୁଣି ଥରେ ଭୁବନେଶ୍ୱରରୁ ଜବତ ହେଲା ଧଳାଜହର । ତାହାପୁଣି ଏକ ସରକାରୀ କ୍ୱାଟରରୁ ମିଳିଛି । ପ୍ରାୟ ୧ କୋଟିର ଧଳାଜହର ଜବତ ହୋଇଛି । ଭୁବନେଶ୍ୱର ୟୁନିଟ-୮ ସ୍ଥିତ ଏକ ସରକାରୀ ବାସଭବନରୁ ଏକ କେଜିରୁ ଅଧିକ ବ୍ରାଉନ୍ସୁଗାର ଜବତ କରିଛି କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ । ଯାହାର ମୂଲ୍ୟ ୧ କୋଟି ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ତେବେ ଏହି ସରକାରୀ କ୍ୱାର୍ଟରରେ ଏତେ ପରିମାଣର ବ୍ରାଉନସୁଗାର କେଉଁ ଆଡୁ ଆସିଲା । ତାକୁ ନେଇ ବଡ଼ ପ୍ରଶ୍ନ ଉଠିଛି । ତେବେ ଏବେ ଯାଏଁ ଏହି ଘଟଣାରେ କାହାରିକୁ ବି ଗିରଫ କରାଯାଇନଥିବା ସୂଚନା ମିଳିଛି । ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍ ଟିମ୍ର ସହଯୋଗ ନିଆଯିବାର ସୂଚନା ମିଳିଛି ।





