ସୋନପୁର, (ବାଘୁଆବାର୍ତ୍ତା): ଭିଜିଲାନ୍ସ ଜାଲରେ ଲାଞ୍ଚୁଆ କିରଣୀ । ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ୟ୍ୟାଳୟରେ କାର୍ୟ୍ୟରତ କିରାଣୀ ଗୋଲକ ବିହାରୀ ଫୋଡ । ନିଜ ବିଭାଗର ଜଣେ କର୍ମଚାରୀଙ୍କ ଏରିଅର ବିଲ୍ କରିବାକୁ ଲାଞ୍ଚ ନେଉଥିଲେ କିରଣୀ ଗୋଲକ ବିହାରୀ ଫୋଢ । ଶିଣ୍ଢୋଲରେ ଲାଇଫ୍ ଷ୍ଟକ ଇନ୍ସପେକ୍ଟର ନାରାୟଣ ମେହେରଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ କୌଣସି ସୁତ୍ରରୁ ଖବର ପାଇ ଚଢାଉ କରିଥିଲା ଭିଜିଲାନ୍ସ । ଏହି ଚଢାଉରେ ଟଙ୍କାକୁ ଜବତ କରିବା ସହ କିରାଣୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ଏହାସହ ସୋନପୁର ଓ ବଲାଙ୍ଗୀରର ମିଳିତ ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢାଉ ଚାଲିଛି । କିରାଣୀ କାର୍ୟ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ ଟିମ୍ ।





