ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ଡେଙ୍ଗେରାଗୋଡ଼ିଠାରେ ରେଳ ଧାରଣାରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି । ଯୁବତୀ ଜଣଙ୍କ ପରିଚୟ ମିଳିପାରିନଥିବା ବେଳେ ତାଙ୍କର ବୟସ ୨୫ ପାଖାପାଖି ହେବ ବୋଲି ଅନୁମାନ କରାଯାଉଛି । ଯୁବତୀ ଜଣଙ୍କ ନାଲି ଓ କଳା ରଙ୍ଗର ପୋଷାକ ପରିଧାନ କରିଥିବା ଦେଖାଯାଇଛି । ଟ୍ରେନ ଧକ୍କାରେ ତାଙ୍କ ମୁହଁ ପୂରା ନଷ୍ଟ ହୋଇଯାଇଛି । ଆରପିଏଫ୍ କର୍ମଚାରୀ ଏବଂ ଇଟାମାଟି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଚଳାଇଛନ୍ତି । ଶବ ଉଦ୍ଧାର ପରେ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି । ଯୁବତୀ ଜଣଙ୍କ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି ।






