ନୟାଗଡ଼, (ବାଘୁଆବାର୍ତ୍ତା): ସରସ୍ୱତୀ ଶିଶୁଵିଦ୍ୟା ମନ୍ଦିର ନୟାଗଡ଼ ପରିସରେ ମେଧାବୀ ଅଭିନନ୍ଦନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବିଦ୍ୟାଳୟ ର ସଭାପତି କେଶବ ଚନ୍ଦ୍ର ରାଉତରାୟ ଦ୍ୱୀପ ପ୍ରଜ୍ୱଳନ କରି ସରସ୍ୱତୀ ଙ୍କ ନିକଟରେ ଆଶୀଷ ଭିକ୍ଷା କରିଥିଲେ। ବିଦ୍ୟାଳୟ ର ସଭାପତି ଛାତ୍ରଛାତ୍ରୀ ଙ୍କ ଉଦ୍ଦେଶ୍ୟ ରେ ବକ୍ତବ୍ୟ ଦେଇ କଠିନ ପରିଶ୍ରମ ର ଫଳ ନିଶ୍ଚିତ ମିଳିଥାଏ ବୋଲି ପ୍ରକାଶ କରିଥିଲେ ।
ଏଥି ସହିତ କଠିନ ପରିଶ୍ରମ କରିଥିଲେ ଭଗବାନଙ୍କ ଆଶୀର୍ବାଦ ମିଳିଥାଏ ବୋଲି ପ୍ରକାଶ କରିଥିଲେ । ପିତାମାତା ଙ୍କ ପ୍ରେରଣା ଶିଶୁଙ୍କୁ ଉତ୍ତମ ମଣିଷ ହେବାରେ ସହାୟକ ହୋଇଥାଏ। ଛାତ୍ରଛାତ୍ରୀ ମାନେ ନିଜ ସଫଳତାର କାରଣ ଓ ଲକ୍ଷ୍ୟ ସମ୍ପର୍କରେ ନିଜର ମତ ରଖିଥିଲେ। ମାଟ୍ରିକ ପରୀକ୍ଷାରେ ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ୧୬ ଜଣ ଇ୧ ପାଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ, ମିଠା ଖୁଆଇ ସମ୍ବର୍ଦ୍ଧିତ କରାଯାଇଥିଲା।
ବିଦ୍ୟାଳୟ ର ପାଶ ହାର ଶତପ୍ରତିଶତ ହୋଇଛି। ମୋଟ ୮୫ ଜଣ ପରୀକ୍ଷାର୍ଥୀ ମଧ୍ୟରୁ A1-୧୬,A2-୨୭, B1-୨୩, B2-୧୨, C-୨,ଓ D-୧ ଉତ୍ତୀର୍ଣ୍ଣ ହୋଇଛନ୍ତି। ଛାତ୍ରୀ ଶୁଶ୍ରୀ ଶର୍ମିଷ୍ଠା ସାହୁ ୫୭୧(୯୫%) ରଖି ବିଦ୍ୟାଳୟ ର ଗୌରବ ବୃଦ୍ଧି କରିଛନ୍ତି। ଏହି ଅପୂର୍ବ ସଫଳତା ପାଇଁ ସମସ୍ତ ଛାତ୍ରଛାତ୍ରୀ ଙ୍କୁ ପ୍ରଧାନକ୍ଷଚାର୍ୟ୍ୟ ଅମ୍ବିକା ପ୍ରସାଦ ପଟ୍ଟନାୟକ, ପରିଚାଳନା ସମିତି ସଦସ୍ୟ ବୃନ୍ଦ ଓ ଆଚାର୍ୟ୍ୟ ଆଚାର୍ୟ୍ୟକ୍ଷ ମାନେ ଅଭିନନ୍ଦନ ଜଣାଇ ସେମାନଙ୍କ ର ଉତ୍ତରୋତ୍ତର ଉର୍ଣ୍ଣତି କାମନା କରିଛନ୍ତି। ଉକ୍ତ କାର୍ୟ୍ୟକ୍ରମରେ ବହୁ ଅଭିଭାବକ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉଚ୍ଛକ୍ଷହିତ କରିଥିଲେ। ଶେଷରେ ବିଦ୍ୟାଳୟ ର ଯୁଗ୍ମ ସମ୍ପାଦକ ଗଣେଶ୍ୱର ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।





