ଛତ୍ରପୁର, (ବାଘୁଆବାର୍ତ୍ତା): ଲାଞ୍ଚ ନେବା ବେଳେ ଧରାପଡ଼ିଲେ ବେଗୁନିଆପଡା ବ୍ଲକର ସାମାଜିକ ସୁରକ୍ଷା ଅଧିକାରୀ ଅରୁଣ କୁମାର ନାୟକ। ଭତ୍ତା କରାଇଦେବା ପାଇଁ ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ତାଙ୍କ ନିକଟରୁ ୬ ହଜାର ଟଙ୍କା ଜବତ ହୋଇଛି। ଉକ୍ତ ଅଧିକାରୀଙ୍କୁ ଭିଜିଲାନ୍ସ ଟିମ୍ ବ୍ରହ୍ମପୁର କାର୍ଯ୍ୟାଳୟକୁ ନେଇ ପଚରାଉଚୁରା କରୁଛି। ଅତିରିକ୍ତ ଏସପି ନାରାୟଣ ରାଉତଙ୍କ ନେତୃତ୍ୱରେ ଇନ୍ସପେକ୍ଟର ସୋମ୍ୟ ରଞ୍ଜନ ପଣ୍ଡା ଏବଂ ଏହି ଟିମ୍ ଉକ୍ତ ଅଧିକାରୀଙ୍କୁ ଗିରଫ କରିଛନ୍ତି। ମଠସରସିଂ ପଞ୍ଚାୟତ ସମିତି ସଭ୍ୟ ଝଡିଆ ସ୍ୱାଇଁଙ୍କ ଭତ୍ତା କରାଇଦେବା ପାଇଁ ସାମାଜିକ ସୁରକ୍ଷା ଅଧିକାରୀ ଅରୁଣ କୁମାର ନାୟକ ୬ ହଜାର ଟଙ୍କା ମାଗିଥିଲେ। ଏହାପରେ ସମିତି ସଭ୍ୟ ଜଣକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଝଡିଆ ସ୍ୱାଇଁ ଏହି ଅର୍ଥ ଦେବାବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲେ।





