ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ସଦରଥାନା ଅନ୍ତର୍ଗତ କିରିଆଲାଞ୍ଜି ଗ୍ରାମରେ ଆଜି କାଜୁ ବଗିଚାକୁ ନେଇ ବିବାଦରୁ ଜଣେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଉକ୍ତ ଗ୍ରାମର ଦଣ୍ଡୁ ପ୍ରଧାନ କାଜୁ ବଗିଚାକୁ ଯାଇଥିବା ବେଳେ କିଛି ବ୍ୟକ୍ତି କାଜୁ ଚୋରୀ କରୁଥିବା ଦେଖିବାକୁ ପାଇଥିଲେ । ସେ ଏହାକୁ ବିରୋଧ କରିବାକୁ ୩ ଜଣ ବ୍ୟକ୍ତି ତାଙ୍କୁ ଟାଙ୍ଗିଆ ଓ ଭୁଜାଲୀରେ ମରଣାନ୍ତକ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ଦଣ୍ଡୁଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରାଯାଇଛି । ଝରଣା ଗାଁର ଅଭି ନାୟକ, ନୀଳ ନାୟକ ଓ ରାମ ନାୟକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।





