Friday, November 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭିଜିଲାନ୍ସ ଜାଲରେ କିରାଣୀ, ଲାଞ୍ଚ ନେଉଥିଲେ ୪୦ ହଜାର

by ସଞ୍ଜୟ ସ୍ୱାଇଁ
May 17, 2023
in Crime, State
ଭିଜିଲାନ୍ସ ଜାଲରେ ବଡମ୍ବା ବ୍ଲକ ନିର୍ବାହୀ ଯନ୍ତ୍ରୀ
78
VIEWS
Share on FacebookShare on Twitter

କୋରାପୁଟ, (ବାଘୁଆବାର୍ତ୍ତା): ଅଙ୍ଗନୱାଡି କର୍ମୀ ନିଯୁକ୍ତି ପାଇଁ ୪୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ଫଶିଛନ୍ତି ବନ୍ଧୁଗାଁ ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ କାର‌୍ୟ୍ୟାଳୟର ବରିଷ୍ଠ କିରାଣୀ ଅଶ୍ଵିନୀ କୁମାର ପ୍ରଧାନ। ଭିଜିଲାନ୍ସ ବିଭାଗ ଅଶ୍ଵିନୀ ପ୍ରଧାନଙ୍କ ଠାରୁ ଲାଞ୍ଚ ଟଙ୍କା ୪୦ ହଜାର ଜବତ କରି ତାଙ୍କୁ ଗିରଫ କରିଥିବା ଜଣା ପଡିଛି ।

ବନ୍ଧୁଗାଁ ବ୍ଲକର ଡେରେକା ଗ୍ରାମର ଅଙ୍ଗନୱାଡି କର୍ମୀ ନିଯୁକ୍ତି ଓ ଯୋଗଦାନ ଚିଠି ଦେବା ନିମନ୍ତେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ନମିତା ରାଣୀ ପାଉଲଙ୍କ ନିର୍ଦ୍ଦେଶରେ ଗିରଫ ବରିଷ୍ଠ କିରାଣୀ ଶ୍ରୀ ପ୍ରଧାନ ଆବେଦନ କାରିଣୀଙ୍କ ବାପା ଡେରେକା ଗ୍ରାମର ରାଉତ କୁଲେଶିକାଙ୍କୁ ୪୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ରାଉତ କୁଲେଶିକା ଏ ସମ୍ପର୍କରେ କୋରାପୁଟ ଭିଜିଲାନ୍ସ ଡିଭିଜନ ଏସପିଙ୍କ ନିକରେ ଅଭିଯୋଗ କରିଥିଲେ। ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶରେ ଡିଏସପି ସୁଶାନ୍ତ କୁମାର ବିଶ୍ଵାଳ, ଇନ୍ସପେକ୍ଟର ସୁର‌୍ୟ୍ୟକାନ୍ତି ଟାକ୍ରୀ , ସଞ୍ଜୟ କୁମାର ପ୍ରଧାନ ଓ ଅନ୍ୟ ମାନଙ୍କୁ ନେଇ ଗଠିତ ଟିମ୍ ବୁଧବାର ପୂର୍ବାହ୍ନ ୧୧-୩୦ ରେ ଅଭିଯୁକ୍ତ ଅଶ୍ୱିନୀ କୁମାର ପ୍ରଧାନ ଅଫିସ ପରିସରରେ ଲାଞ୍ଚ ଟଙ୍କା ନେଉଥିବାବେଳେ ମାଡ଼ି ବସି ଥିଲେ।

ଭିଜିଲାନ୍ସ ଲାଞ୍ଚ ଟଙ୍କା ଜବତ କରିବା ସହ କିରାଣୀ ଶ୍ରୀ ପ୍ରଧାନକୁ ଗିରଫ କରିଛି। କୋରାପୁଟ ଭିଜିଲାନ୍ସ ପକ୍ଷରୁ ଆଇପିସି ୭ ପିସି ଅମେଣ୍ଡମେଣ୍ଡ ଆକ୍ଟ ୨୦୧୮ରେ ଏକ ମାମଲା (କେଶ ନମ୍ବର ୧୫/୨୩) ରୁଜୁ କରି ତଦନ୍ତ ଜାରି ରଖା ଯାଇଛି। ଭିଜିଲାନ୍ସ ବିଭାଗ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତି ପାଉଲଙ୍କୁ ମଧ୍ୟ ଗିରଫ କରିବା ଯୋଜନା କରୁଥିବା ଜଣାପଡିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!