Wednesday, May 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ପ୍ରସ୍ତୁତି ବୈଠକ, ସମସ୍ତ ବିଭାଗୀୟ ଅଧିକାରୀ ସଜାଗ ରହିବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

by ସଞ୍ଜୟ ସ୍ୱାଇଁ
May 17, 2023
in Feature News
ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ପ୍ରସ୍ତୁତି ବୈଠକ, ସମସ୍ତ ବିଭାଗୀୟ ଅଧିକାରୀ ସଜାଗ ରହିବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ
65
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ପରିଷଦ ସୃଜନ ସଭାଗୃହରେ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ସୁବାସ ଚନ୍ଦ୍ର ରାୟ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ମକରନ୍ଦ ବେଉରା, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଦିଲିପ କୁମାର ଜେନା ଏବଂ ଏସ.ଡି.ପି.ଓ ସ୍ନେହାଶିଷ ସାହୁ ମଂଚାସୀନ ଥିଲେ । ଜିଲ୍ଲାପାଳ ଶ୍ରୀ ସାହୁ ବୈଠକରେ ସମସ୍ତଙ୍କୁ ସ୍ବାଗତ କରିବା ସଙ୍ଗେ ସଙ୍ଗେ ଆଗାମୀ ବର୍ଷା ଋତୁରେ ସମ୍ଭାବ୍ୟ ପ୍ରାକୃତିକ ବିପର‌୍ୟ୍ୟୟର ମୁକାବିଲା ନିମନ୍ତେ ଏଜେଣ୍ଡା ଅନୁଯାୟୀ ଆଲୋଚନା କରି କହିଥିଲେ ଯେ, ପ୍ରତି ବ୍ଲକକୁ ଗୋଟିଏ ଗୋଟିଏ ଜୋନ୍ ଭାବେ ଗଠିତ କରାଯିବ । ଏଥିରେ ତହସିଲଦାରମାନେ ଜୋନ ଅଧିକାରୀ ଏବଂ ବି.ଡି.ଓ.ମାନେ ଅତିରିକ୍ତ ଜୋନ ଅଧିକାରୀ ଭାବେ କାର‌୍ୟ୍ୟ ତୁଲାଇବେ । ବ୍ଲକ ସ୍ତରରେ ନିର୍ବାଚିତ ଜନ ପ୍ରତିନିଧ୍ଵ, ସମସ୍ତ ବିଭାଗୀୟ ଅଧିକାରୀ, ଲାଇନ ବିଭାଗର ଅଧିକାରୀ ଏବଂ ସେ ଅଞ୍ଚଳର ବିଭିନ୍ନ ସ୍ଵେଚ୍ଛାସେବୀ ଅନୁଷ୍ଠାନ ମାନଙ୍କୁ ନେଇ ବନ୍ୟା ଓ ବାତ୍ୟାର ମୁକାବିଲା ନିମନ୍ତେ ବୈଠକ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ସମ୍ଭାବ୍ୟ ପ୍ରାକୃତିକ ବିପର‌୍ୟ୍ୟୟକୁ ମୁକାବିଲା କରିବା ନିମନ୍ତେ କଂଟ୍ରୋଲ ରୁମ ସହ ମୋବାଇଲ ସେବାକୁ ସର୍ବଦା ସକ୍ରିୟ ରଖିବା ପାଇଁ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଗଣିଆ, ଛାମୁଣ୍ଡିଆ, ଭାପୁର ଆଦି ଅଂଚଳରେ ପାୱାର ବୋଟ୍ ଏବଂ ଦେଶୀ ଡଙ୍ଗା ଗୁଡ଼ିକୁ ସକ୍ରିୟ ରଖିବା ପାଇଁ ସଂପୃକ୍ତ ବିଡିଓମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଭିନ୍ନ ବିଭାଗୀୟ ଅଧିକାରୀମାନେ ସି.ଡି.ଏମ.ଓ., ସି.ଡି.ଭି.ଓ., ଜଲସେଚନ, ବିଦ୍ୟୁତ୍, ଦୂରସଂଚାର ଯୋଗାଣ, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ, କୃଷି, ମତ୍ସ୍ୟ, ଗ୍ରାମ୍ୟ ଉନ୍ନୟନ, ପୂର୍ତ ବିଭାଗର ଅଧିକାରୀମାନେ ବର୍ଷା, ବନ୍ୟା, ବାତ୍ୟା ବିତ୍ପାତ ଅଂଚଳରେ ପିଡ଼ିତ ଲୋକମାନଙ୍କୁ କିପରି ଉଦ୍ଧାର ଓ ଥଇଥାନ କରିବେ ତାହା ଉପରେ ବିଭାଗୀୟ ପ୍ରସ୍ତୁତି ବୈଠକରେ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଆମ ଜିଲ୍ଲାରେ ବିପର‌୍ୟ୍ୟୟ ସମୟରେ ଉଦ୍ଧାର କାର‌୍ୟ୍ୟ ନିମନ୍ତେ ୨୦୦ଜଣ ଆପଦ ମିତ୍ରଙ୍କୁ ୧୨ଦିନିଆ ତାଲିମ ପ୍ରଦାନ କରାଯାଇଛି ଏବଂ ସେମାନଙ୍କୁ ଆବଶ୍ୟକୀୟ ଉପକରଣ ମଧ୍ୟ ଯୋଗାଇ ଦିଆଯାଇଛି । ବୈଠକରେ ଉପସ୍ଥିତ ସମ୍ମାନିତ ଅତିଥି ଜିଲ୍ଲା ପରିଷଦ ସଭାପତି ଇଂ.ଦେବାଶିଷ ପଟ୍ଟନାୟକ ବିପର‌୍ୟ୍ୟୟ ସମୟରେ ସମସ୍ତଙ୍କ ମିଳିତ ସହଯୋଗ ଆଶା କରି ଜିଲ୍ଲାବାସୀଙ୍କ ମଙ୍ଗଳ ନିମନ୍ତେ ମା ଦକ୍ଷିଣକାଳି ଓ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶିର୍ବାଦ ଭିକ୍ଷା କରିଥିଲେ। ପରେ ପରେ ବିଭିନ୍ନ ବିଭାଗର ଯୋଗାଣ ଓ ପରିମଳ, ଅଧିକାରୀ ଯଥା- ଜଳସେଚନ, ଗ୍ରାମ୍ୟ ପାନୀୟ ଜଳ ଜନସ୍ୱାସ୍ଥ୍ୟ, ସ୍ବାସ୍ଥ୍ୟ, ପ୍ରାଣୀ ଚିକିତ୍ସା ବିଭାଗ, କୃଷି, ଯୋଗାଣ, ବିଦ୍ୟୁତ୍, ଦୂରସଂଚାର, ମତ୍ସ୍ୟ, ବିଭାଗୀୟ ୨ ପୌରପାଳିକା / ବିଜ୍ଞାପିତ ଅଂଚଳ ପରିଷଦ, ଗ୍ରାମ୍ୟ ଉନ୍ନୟନ, ପୂର୍ତ, ବନଖଣ୍ଡ ବିଭାଗ ଏବଂ ପୋଲିସ ବିଭାଗ ସେମାନଙ୍କର ସମସ୍ତ ପ୍ରସ୍ତୁତି ବିଷୟରେ ବୈଠକରେ ପ୍ରକାଶ କରିଥିଲେ । ଆବଶ୍ୟକ ସ୍ଥାନରେ ଚୂଡ଼ା ଗୁଡ଼, ମହମବତୀ, ଦିଆସିଲି, କିରୋସିନ ଆଦି ଆବଶ୍ୟକ ସାମଗ୍ରୀ ମହକୁଦ ରଖିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ସେହିଭଳି ସି.ଡି.ଏମ.ଓ. ଆବଶ୍ୟକୀୟ ଔଷଧପତ୍ର, ଓ.ଆର.ଏସ. ପାଉଡର, ସାପ କାମୁଡ଼ା ଔଷଧ ଆଦି ମହଜୁଦ ରଖିବା ପାଇଁ କହିଥିଲେ । ସି.ଡି.ଭି.ଓ. ପ୍ରାଣୀମାନଙ୍କ ପାଇଁ ଖାଦ୍ୟ ମହଯୁଦ ରଖିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ବନ୍ୟା ସମୟରେ ନଦୀବନ୍ଧ ଯେପରି ଭାଙ୍ଗି ନ ଯିବ, ମହାନଦୀ କୂଳରେ ଥିବା ଦୁର୍ବଳ ସ୍ଥାନମାନଙ୍କର ସୁବ୍ୟବସ୍ଥା କରିବା ପାଇଁ ସଂପୃକ୍ତ ନିର୍ବାହୀଯନ୍ତ୍ରୀ ମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଏହି ବୈଠକରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ଲାଇନ ବିଭାଗର ସମସ୍ତ ଅଧିକାରୀ, ସମସ୍ତ ବିଡିଓ, ତହସିଲଦାର, ସମସ୍ତ ନିର୍ବାହୀ ଅଧିକାରୀ ଯୋଗଦାନ କରିଥିଲେ। ସଭାଶେଷରେ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିବା ସଙ୍ଗେ ସଙ୍ଗେ ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ସଭା ସାଙ୍ଗ କରାଯାଇଥିଲା ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!