Friday, November 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୨୦ କୋଟିର ସୁନା ଗହଣା ଲୁଟ ଘଟଣା, ଗୋଟିଏ ହାର୍ଡଡିସ୍କରେ ରହିଯାଇଛି ସମସ୍ତ ତଥ୍ୟ

by ସଞ୍ଜୟ ସ୍ୱାଇଁ
May 16, 2023
in Crime, State
୨୦ କୋଟିର ସୁନା ଗହଣା ଲୁଟ ଘଟଣା, ଗୋଟିଏ ହାର୍ଡଡିସ୍କରେ ରହିଯାଇଛି ସମସ୍ତ ତଥ୍ୟ
275
VIEWS
Share on FacebookShare on Twitter

ଯାଜପୁର, (ବାଘୁଆବାର୍ତ୍ତା): ଯାଜପୁର ବ୍ୟାସନଗର ସହରରେ ସେନକୋ ଗହଣା ଶୋ’ରୁମ୍‌ରୁ ଡକାୟତମାନେ ୧୫ କେଜି ସୁନା ଅଳଙ୍କାର ଲୁଟି ନେଲେ। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨୦ କୋଟି ଟଙ୍କା ହେବ। ତଦନ୍ତ ବେଳେ ପୁଲିସ ଯେପରି କୌଣସି ତଥ୍ୟପ୍ରମାଣ ନ ପାଇବ ସେଥିନିମନ୍ତେ ଗହଣା ଶୋ’ରୁମ୍‌ରେ ଲାଗିଥିବା ସମସ୍ତ ସିସିଟିଭି ସମେତ ସିସିଟିଭି ଫୁଟେଜ୍ ରେକର୍ଡ କରି ରଖୁଥିବା କମ୍ପ୍ୟୁଟରମାନଙ୍କ ହାଡ୍‌ଡିସ୍କ ଖୋଲି ନେଇଥିଲେ ଡକାୟତମାନେ। ତେବେ ଚୋର ଯେତେ ଚାଲାକ ହେଲେ ବି ପ୍ରମାଣ ଛାଡ଼ିଯିବା ଉକ୍ତି ଭଳି ଗୋଟିଏ କମ୍ପ୍ୟୁଟରର ହାଡ୍‌ଡିସ୍କ ଖୋଲି ନେବାକୁ ଭୁଲି ଯାଇଛନ୍ତି। ଯେଉଁ ହାଡ୍‌ଡିସ୍କରୁ ଡକାୟତମାନଙ୍କ ଗତବିଧିର ସୁରାକ ପାଇଛି ପୁଲିସ। ଏହି ହାଡ୍ ଡିସ୍କରୁ ଡକାୟତି ସମୟର ସିସିଟିଭି ଫୁଟେଜ ମିଳିଛି। ଯାହାକୁ ତନତନ କରି ପୁଲିସ ଯାଞ୍ଚ କରିଛି। ଡକାୟତିରେ ପ୍ରାୟ ୭ ଜଣ ବନ୍ଧୁକଧାରୀ ଡକାୟତଙ୍କ ସମ୍ପୃକ୍ତିଥିବା ଅଭିଯୋଗ ହେଉଥିବା ବେଳେ ୩ ଜଣଙ୍କ ଫଟୋକୁ ଟ୍ରାକ୍ କରିପାରିଛି ପୁଲିସ। ଏମାନଙ୍କ ଫଟୋକୁ ବିଜ୍ଞପ୍ତି ଜରିଆରେ ଜାରି କରିଛି ପୁଲିସ। ଏମାନଙ୍କୁ ଯେକେହି ପୁଲିସ ହାତରେ ଧରାଇ ଦେବ ପୁରସ୍କାର ଦିଆଯିବ ବୋଲି ଏଥିରେ ଉଲ୍ଲେଖ ରହିଛି। ସେପଟେ ଡକାୟତମାନଙ୍କୁ ଧରିବା ପାଇଁ ଏସପିଙ୍କ ନେତୃତ୍ୱରେ ବିଭିନ୍ନ ଟିମ୍ ଗଠନ କରାଯାଇ ରାଜ୍ୟ ଓ ରାଜ୍ୟ ବାହାର ବିଭିନ୍ନ ଅଞ୍ଚଳରେ ଚଢ଼ଉ ଜାରି ରହିଛି। ଏହି ଡକାୟତମାନେ ଡକାୟତି କରିବା ବେଳେ ହିନ୍ଦିରେ କଥାବାର୍ତ୍ତା କରୁଥିଲେ। ତେଣୁ ଏମାନେ ଆନ୍ତଃରାଜ୍ୟ ଡକାୟତ ବୋଲି ପୁଲିସ ସନ୍ଦେହ କରୁଛି। ଡକାୟତମାନେ ଡକାୟତି ପରେ ଯେଉଁ ଯେଉଁ ରାସ୍ତା ଦେଇ ଯାଇଥିଲେ ତାହାର ଅନୁସନ୍ଧାନ ଜାରି ରଖିଛି ପୁଲିସ୍। ସେପଟେ ଏହି ଘଟଣା ପରେ ଅନ୍ୟ ସୁନା ଦୋକାନୀମାନେ ଛାନିଆ ହୋଇପଡ଼ିଛନ୍ତି। ବ୍ୟାସନଗର ସହରରେ ଏବେ ପ୍ରାୟ ୨୫ ଗହଣା ଦୋକାନ ରହିଛି। ଦିନଦ୍ୱିପ୍ରହରରେ ସେନକୋ ଗହଣା ଶୋ’ରୁମ୍‌ରେ ଡକାୟତମାନେ ୪୫ ମିନିଟ୍ ଧରି ଆତଙ୍କ ଖେଳାଇଥିଲେ। ଏହି ସୁନା ଦୋକାନ ପାଖରେ ଏକାଧିକ ବ୍ୟାଙ୍କ ସାଙ୍ଗକୁ ଅନ୍ୟାନ୍ୟ ଶୋ’ରୁମ୍ ରହିଛି। ଏହି ଅଞ୍ଚଳରେ ସର୍ବଦା ଜନଗହଳି ରହିଥାଏ। ପୁଲିସ ମଧ୍ୟ ଏହି ଅଞ୍ଚଳରେ ପାଟ୍ରୋଲିଂ କରିଥାଏ। ହେଲେ କେହି ବି ଡକାୟତିର ସାମାନ୍ୟତମ ଝଲକ ପାଇପାରି ନ ଥିଲେ। ବ୍ୟାସନଗର କ୍ରିଷ୍ଣା ଜୁଏଲର୍ସ ମାଲିକ ସଞ୍ଜୟ କୁମାର ବୋଇତେଇ ଓ ପୃଷ୍ଟି ଅଳଙ୍କାର ଦୋକାନର ମାଲିକ ଚିନ୍ମୟ ପୃଷ୍ଟି କହିଛନ୍ତି, ୨୦୦୭ ଓ ୨୦୧୧ରେ ବ୍ୟାସନଗରରେ ଦୁଇଟି ସୁନା ଗହଣା ଶୋ’ରୁମ୍‌ରୁ ବଡ଼ ଧରଣର ଡକାୟତି ହୋଇଥିଲା। ରାଜ୍ୟ ବାହାରୁ ଡକାୟତମାନେ ଧରାପଡ଼ିଥିଲେ। ଏବେ ତୃତୀୟ ଓ ସବୁଠାରୁ ବଡ଼ ଡକାୟତି ଘଟଣା ଘଟିଛି। ଏହି ଘଟଣା କେବଳ ସୁନା ଦୋକାନୀ ନୁହେଁ, ବରଂ ଗ୍ରାହକଙ୍କ ଭିତରେ ମଧ୍ୟ ଭୟ ସୃଷ୍ଟି କରିଛି। ପୁଲିସ ଅସାମାଜିକଙ୍କୁ ସାବାଡ଼ କରିବାରେ ତଥା ଆଇନଶୃଙ୍ଖଳା ଉପରେ ଉଚିତ୍ ଦୃଷ୍ଟି ଦେଉନଥିବାରୁ ଏହି ଘଟଣା ଘଟିଛି। ପୁଲିସ ଏଥିପ୍ରତି ସତର୍କ ରହି ପଦକ୍ଷେପ ନେବା ଉଚିତ୍ ବୋଲି ସେମାନେ କହିଛନ୍ତି। ଅନ୍ୟପଟେ ଘଟଣାର ତଦନ୍ତ ଚାଲିଛି ଓ ଖୁବଶୀଘ୍ର ଡକାୟତମାନେ ପୁଲିସ ହାତରେ ଧରାପଡିବେ ବୋଲି ଯାଜପୁର ଏସପି ଭିନିତ୍ ଅଗ୍ରୱାଲ କହିଛନ୍ତି। ଗତକାଲି ସ୍ପଷ୍ଟ ଦିବାଲୋକରେ ସେନକୋ ସୁନା ଓ ହୀରା ଅଳଙ୍କାର ଶୋ’ରୁମରେ ଡକାୟତି ହୋଇଥିଲା।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!