ଭୁବନେଶ୍ଵର, (ବାଘୁଆବାର୍ତ୍ତା): ଠକେଇ ଅଭିଯୋଗରେ ରିଏଲ୍ ଇଷ୍ଟେଟ୍ ସଂସ୍ଥାର ଗଊ ଗିରଫ । ୧୫ କୋଟି ଟଙ୍କା ଠକେଇ ଅଭିଯୋଗ ହୋଇଥିଲା । ମିଶ୍ର କ୍ରିଏସନ୍ ପ୍ରାଇଭେଟ୍ ଲିମିଟେଡର ଗଊ ଜ୍ୟୋତି ରଞ୍ଜନ ମିଶ୍ରଙ୍କୁ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଗିରଫ କରିଛି । ଜମି ଠକେଇ ନେଇ ସ୍ୱଦେଶ ରାୟ ଚୌଧୁରୀ ଆଣିଥିଲେ ଅଭିଯୋଗ । ଲୋକଙ୍କୁ ଫ୍ଲାଟ୍ ଦେବାକୁ କହି ସଂସ୍ଥା କୋଟି କୋଟି ଟଙ୍କା ଠକେଇ କରିଛି । ୨୦୧୬ ମସିହାରୁ ୧୨୭ ନିବେଶକଙ୍କଠାରୁ ୧୫ କୋଟି ଟଙ୍କା ଠକି ନେଇଛନ୍ତି ଜ୍ୟୋତି ରଞ୍ଜନ । ଚନ୍ଦକା ଅଁଳାପାଟଣାରେ ‘ଟଞଙଚଓଇ’ ପ୍ରୋଜେକ୍ଟରେ ସେମାନଙ୍କୁ ଫ୍ଲାଟ୍ ଯୋଗାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । କମ୍ପାନୀ ପକ୍ଷରୁ ୩୦ ମାସରେ ଫ୍ଲାଟ୍ ହସ୍ତାନ୍ତର କରିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା । ଫ୍ଲାଟ୍ ମୂଲ୍ୟର ୯୫ ପ୍ରତିଶତ ମୂଲ୍ୟ ଦେବା ପରେ କମ୍ପାନୀ ୮ବର୍ଷ ପରେ ବି ଫ୍ଲା୍ଟ୍ ହସ୍ତାନ୍ତ କରିନାହିଁ ।





