ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ନୋତରସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ସିବିଏସି ଦଶମ ଶ୍ରେଣୀ ପରୀକ୍ଷାରେ ମୋଟ ୮୧ ଜଣ ପରୀକ୍ଷା ଦେଇଥିଲେ । ଏଥିରେ ଛାତ୍ରୀ ପ୍ରତ୍ୟାଶା ଶତପଥୀ ୯୮% ମାର୍କ ରଖି ଟପ୍ପର ହୋଇଛନ୍ତି । ପ୍ରତ୍ୟାଶା ରାଜ୍ୟ ସ୍ତରରେ ଟପ୍ପର ହୋଇଛନ୍ତି । ସେ ମୋଟ ୫୦୦ ନମ୍ବରରୁ ୪୯୦ ନମ୍ବର ରଖିଛନ୍ତି । ସେହିପରି ଭାବେ ଶୁଭକାନ୍ତ ମାଝି ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ସେ ୯୭.୨% ମାର୍କ ରଖିଛନ୍ତି । ସେ ରାଜ୍ୟ ସ୍ତରରେ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି । ଦିବ୍ୟେଶ ଦାସ ୯୫.୨% ମାର୍କ ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଉକ୍ତ ବିଦ୍ୟାଳୟରେ ୯୫ ରୁ ୧୦୦ % ମଧ୍ୟରେ ୩ ଜଣ ମେଧାବୀ ଥିବା ବେଳେ ୯୦ ରୁ ୧୦୦ % ଭିତରେ ୨୧ ଜଣ ଛାତ୍ରଛାତ୍ରୀ ସଫଳତା ପାଇଛନ୍ତି ।
ସେହିପରି ଭାବେ ୮୦ ରୁ ୯୦ % ୩୦ ଜଣ ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି । ସେହିପରି ୬୦ ରୁ ୮୦ % ମାର୍କ ରଖିଛନ୍ତି ୨୭ ଜଣ ଛାତ୍ରଛାତ୍ରୀ । ପ୍ରତ୍ୟାଶା ଓଡିଶା ଆଦର୍ଶ ବିଦ୍ୟାଳୟର ରାଜ୍ୟର ଟପ୍ପର ହୋଇଥିବାରୁ ନୟାଗଡ଼ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ହୋଇଛି । ପ୍ରତ୍ୟାଶା ହେଉଛନ୍ତି ଲାଠିପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ପ୍ରତାପ କୁମାର ଶତପଥି ଓ ମାତା ନିବେଦିତା ମିଶ୍ରଙ୍କ ସୁକନ୍ୟା । ସେହିପରି ନୋତର ଆଦର୍ଶ ବିଦ୍ୟାଳୟର ଦ୍ୱାଦଶ ଶ୍ରେଣୀ ଛାତ୍ର ଉଦିତାଶୁଂ ମିଶ୍ର ୮୯.୮ % ମାର୍କ ରଖି ନୋତର ଆଦର୍ଶ ବିଦ୍ୟାଳୟର ଟପ୍ପର ହୋଇଛନ୍ତି । ସେ ନୟାଗଡ଼ ପୁରୁଣା ସହରର ବାସିନ୍ଦା । ଉଦିତାଶୁଂ ହେଉଛନ୍ତି ପୁରୁଣା ସହରର ଶୁଧାଂଶୁ ଶେଖର ମିଶ୍ର ଓ ଶୈଳବାଳା ଦାସଙ୍କ ସୁପୁତ୍ର । ନୟାଗଡ଼ ନୋତର ଆଦର୍ଶ ବିଦ୍ୟାଳୟର ସଫଳତାକୁ ନେଇ ଜିଲ୍ଲା ତଥା ରାଜ୍ୟ ସ୍ତର ପାଇଁ ଗର୍ବ ଓ ଗୌରବ ଆଣିଦେଇଛି । ନୋତର ଓଡିଶା ଆଦର୍ଶ ବିଦ୍ୟାଳୟ ଏବର୍ଷ ଭଲ ରେଜଲ୍ଟ କରିଥିବାରୁ ସବୁଆଡୁ ପ୍ରଶଂସାର ସୁଅ ଛୁଟୁଛି ।
ଏହି ଉପଲକ୍ଷେ ଜିଲ୍ଲାପାଳ ରବିନ୍ଦ୍ରନାଥ ସାହୁ ଟ୍ୱିଟ୍ ଯୋଗେ ପ୍ରତ୍ୟାଶାକୁ ପ୍ରଶଂସା କରିଥିଲେ । ଏଥି ସହିତ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ତାଙ୍କ କୃତିତ୍ୱକୁ ପ୍ରଶଂସା କରିଥିଲେ । ଆଜି ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହରେ ନୋତର ଆଦର୍ଶ ବିଦ୍ୟାଳୟର ୪ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଏଥିସହିତ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷା ଜ୍ୟୋତ୍ସ୍ନାରାଣୀ ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉପଲକ୍ଷେ ଜିଲ୍ଲାପାଳ ରବିନ୍ଦ୍ରନାଥ ସାହୁ ଓଡିଶା ଆଦର୍ଶ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଓ ଅଧ୍ୟକ୍ଷାଙ୍କୁ ସାଧୁବାଦ ଜଣାଇଥିଲେ । ଗତ ୨୧-୨୨ ବର୍ଷରେ ନୋତର ଆଦର୍ଶ ବିଦ୍ୟାଳୟ ରାଜ୍ୟ ସ୍ତରରେ ଭଲ ପରଫର୍ମାନ୍ସ କରି ନୟାଗଡ଼ ନାମକୁ ରାଜ୍ୟ ସ୍ତରରେ ନାମ କମାଇଥିଲା ।
ଆଗାମୀ ଦିନରେ ଏହି ବଜାୟ କିପରି ଜାରି ରହିବ ଜିଲ୍ଲାପାଳ ସେଥିପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଆଜିର କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସୁବାଷ ଚନ୍ଦ୍ର ରାୟ, ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷା ଜ୍ୟୋତ୍ସ୍ନାରାଣୀ ନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ଅକ୍ରୁର ବାରିକ, ବ୍ଲକ ଶିକ୍ଷା ଅଧିକାରୀ ଗିତାଞ୍ଜଳୀ ସାହୁ ଓ ସାଇନ୍ସ ସୁପରଭାଇଜର ମାନସ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଅବସରରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକ ପ୍ରମୁଖ ଯୋଗ ଦେଇଥିଲେ ।





