ଭୂବନେଶ୍ୱର,(ବାଘୁଆବାର୍ତ୍ତା ବ୍ୟୁରୋ): ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ଭୟାବହ ଭାବେ ବଢ଼ି ଚାଲିଛି । ରାଜ୍ୟରେ ନୂଆ ୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୯୩ରେ ପଂହଚିଛି । ସେଥିମଧ୍ୟରେ ବାଲେଶ୍ୱର ୨, ବଲାଙ୍ଗିର ୧୬, କଟକ ୧୧, ଗଂଜାମ ୧୦, ଜଗତସିଂହପୁର ୬, ଖୋର୍ଦ୍ଧା ୧୩, ମୟୁରଭଂଜ ୧, ନୟାଗଡ଼ ୨, ନୂଆପଡ଼ା ୧୩, ସୁନ୍ଦରଗଡ଼ ଜିଲ୍ଲାରୁ ୨ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ୧୫୯୩ ଜଣ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୮୫୩ ଜଣ ସକ୍ରିୟ ଥିବା ବେଳେ ୭୩୩ ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ୭ ଜଣ ମୃତ୍ୟୁ ବରଣ କରିଛନ୍ତି । ଅନ୍ୟପକ୍ଷେ, ନୟାଗଡ଼ ଜିଲ୍ଲାର ପୂର୍ବରୁ ୪୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ଏହି ସଂଖ୍ୟା ୫୦ରେ ପହଂଚିଛି ।






