Wednesday, May 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଓଡ଼ଗାଁ ୧ କୋଟି ୨୯ ଲକ୍ଷର ୫ ପ୍ରକଳ୍ପ ଉଦଘାଟିତ 

ସ୍ମାର୍ଟ ସ୍ମଶାନ,ମିଶନଶକ୍ତି ଗୃହ,ଶିଶୁ ଉଦ୍ୟାନ, ଅଙ୍ଗନବାଡି କେନ୍ଦ୍ରର ଲୋକାର୍ପଣ କଲେ ବିଧାୟକ

by ସଞ୍ଜୟ ସ୍ୱାଇଁ
May 14, 2023
in Feature News, Nayagarh
320
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଶନିବାର ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରେ ୧ କୋଟି ୨୯ ଲକ୍ଷର ପ୍ରକଳ୍ପର ଲୋକାର୍ପଣ କାର୍ଯ୍ୟକ୍ରମ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁଙ୍କ ସାହୁଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି। ୧ କୋଟି ୨ ଲକ୍ଷ ବ୍ୟୟଅଟକଳରେ ସ୍ମାର୍ଟ ସ୍ମଶାନ,୧୪ ଲକ୍ଷ ବ୍ୟୟ ଅଟକଳରେ ଆଦର୍ଶ ଥାନା ସମ୍ମୁଖରେ ଯାତ୍ରୀଙ୍କ ନିମନ୍ତେ ପାନୀୟଜଳ ବିତରଣ କେନ୍ଦ୍ର,ଦଲକ ଠାରେ ୭ ଲକ୍ଷ ରେ ନୂତନ ଅଙ୍ଗନବାଡି ଗୃହ,୧୩ ଲକ୍ଷରେ ଶିଶୁ ଉଦ୍ୟାନ,୭ ଲକ୍ଷ ନୂତନ ମିଶନ ଶକ୍ତି ଗୃହ ଜନସାଧାରଣଙ୍କ ପାଇଁ ଉଦଘାଟିତ ହୋଇଯାଇଛି।

ଠିକ ସେହିପରି ଦଲକ ଗୋଷ୍ଠୀ କେନ୍ଦ୍ର ଓ କବିତା ଗାଡିଆ ପୋଖରୀ ପୁନରୁଦ୍ଧାର କାର୍ଯ୍ୟର ଶିଳାନ୍ୟାସ ମଧ୍ୟ ହୋଇଥିଲା।ଦଲକ ଆମ୍ବତୋଟାରେ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଉଦଘାଟନୀ ସଭାରେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ,ଏନଏସି କାର୍ଯ୍ୟନିର୍ବାହି ଅଧିକାରୀ ତଥା ବିଡ଼ିଓ ସନ୍ତୋଷ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ।ଓଡ଼ଗାଁରେ ବିକାଶ ଶିଖର ଛୁଈଁଛି।

ଏନଏସି ହେବା ପର ଠାରୁ ପ୍ରଭୁତ ଉନ୍ନତି ହୋଇଛି।ପିଲାଙ୍କ ଠାରୁ ମଲା ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ବିଧାୟକ ନିଜ ଅଭିଭାଷଣରେ ମତ ରଖିଥିଲେ।ଠିକ ସେହିପରି କିଛି ନ୍ୟସ୍ତସ୍ୱାର୍ଥସର୍ବସ୍ବ ଲୋକଙ୍କ ପାଇଁ ଆଜି ସମଗ୍ର ଭାରତବର୍ଷ ରସାତଳଗାମୀ ହୋଇଛି।ଲୋକମାନେ ମୋତେ ଦାୟିତ୍ୱ ଦେଇଛନ୍ତି।ଦାୟିତ୍ୱକୁ ଗମ୍ଭୀରଭାବେ ନେଇ ସୁଚାରୁରୁପେ ସଂପାଦନ କରିବା କର୍ତ୍ତବ୍ୟ।ମଶାଣି ଆଜି ପାର୍କର ଭ୍ରମ ସୃଷ୍ଟି କରିଛି।ରାଜନୀତିର ଅହଙ୍କାରରେ ବୁଡିଥିବା କିଛି ନୟାଗଡ଼ ବିକାଶରେ ବାଧକ ସାଜିଛନ୍ତି।

ପରୋକ୍ଷରେ ନିନ୍ଦା କରିବା ଯେତିକି ସହଜ,ତାକୁ କାମରେ କରି ଦେଖାଇବା ସେତିକ କଷ୍ଟ କହି ସେମାନଙ୍କୁ ଟାର୍ଗେଟ କରିଥିଲେ ବିଧାୟକ।ବିଶେଷ କରି ଓଡ଼ଗାଁର ଉନ୍ନତି ପାଇଁ ମୋର ଲଢେଇ ବୋଲି ନୟାଗଡ଼ ବିଧାୟକ କହିଥିଲେ।

ଏହି ଉଦଘାଟନୀ ଉତ୍ସବରେ ଜିଲ୍ଲା ପରିଷଦ ସଭ୍ୟା ବିରଜାଲକ୍ଷ୍ମୀ ସାହୁ, ଝିଲି ପ୍ରଧାନ,ଯୁବ ସଂଗଠକ ବିଭୁପ୍ରସାଦ ସାହୁ,ପୂର୍ବତନ ସରପଞ୍ଚ ଦିବାକର ନାୟକ,ପୂର୍ତ୍ତବିଭାଗ ଯନ୍ତ୍ରୀ ସୁଧାଂଶୁ ଶେଖର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!