ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ମହର୍ଷି ବିଦ୍ୟା ମନ୍ଦିର ସ୍କୁଲର ୮୨ ଜଣ ପରୀକ୍ଷାର୍ଥି ଙ୍କ ମଧ୍ୟରୁ ଜୀବନଜ୍ୟୋତି ସ୍ୱାଇଁ ୯୫.୨% ମାର୍କ ପାଇ ବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେ ମହର୍ଷି ବିଦ୍ୟାଳୟ ର ମାନ ବଜାୟ ରଖିଛନ୍ତି । ସମୁଦାୟ ୮୨ ଜଣଙ୍କ ମଧ୍ୟରୁ ୬୧ ଜଣ ପ୍ରଥମ ଶ୍ରେଣୀରେ କୃତକାର୍ଯ୍ୟ ହୋଇଛନ୍ତି । ଜୀବନଜ୍ୟୋତିଙ୍କ ଘର ହେଉଛି ନୟାଗଡ଼ ବ୍ଲକ ବିରୁଡା ଗ୍ରାମରେ । ସେ ଅଧ୍ୟାପକ ବିଜୟ କୁମାର ସ୍ୱାଇଁ ଓ ମମତା ମହାନ୍ତିଙ୍କ ସୁପୁତ୍ର । ଜୀବନଜ୍ୟୋତିଙ୍କ ସଫଳତାକୁ ନେଇ ପରିବାରରେ ହସର ଲହରୀ ଖେଳିଯାଇଛି ।





