ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଦ୍ବାଦଶ ପରେ ପ୍ରକାଶ ପାଇଲା ସିବିଏସଇ ଦଶମ ପରୀକ୍ଷା ଫଳ । ଦଶମ ଶ୍ରେଣୀରେ ମୋଟ୍ ୯୩.୧୨ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ ହୋଇଛନ୍ତି । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଓ୍ବେବସାଇଟ୍ ପରୀକ୍ଷା ଫଳ ଉପଲବ୍ଧ କରିଥିବା ବେଳେ cbse.go.in ଏବଂ cbseresults.nic.inକୁ ଯାଇ ଛାତ୍ରଛାତ୍ରୀମାନେ ରେଜଲ୍ଟ ଦେଖିବା ପାରିବେ । ଚଳିତ ବର୍ଷ ଦଶମ ଶ୍ରେଣୀରେ ୨୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଦଶମ ଶ୍ରେଣୀରେ ପାସ୍ ହାର ୧.୨୮ ପ୍ରତିଶତ କମ୍ ରହିଛି । ୨୦୨୨ରେ ପାସ୍ ହାର ୯୪.୪୦ ପ୍ରତିଶତ ରହିଥିଲା । ଚଳିତ ଶିକ୍ଷା ବର୍ଷରେ ୨୧, ୮୪, ୧୧୭ଜଣ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ପଞ୍ଜିକରଣ କରିଥିଲେ । ଏଥି ମଧ୍ୟରୁ ୨୧,୬୫.୮୦୫ ପିଲା ପରୀକ୍ଷା ଦେଇଥିବା ବେଳେ ୨୦, ୧୬, ୭୭୯ ଛାତ୍ରଛାତ୍ରୀ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।





