Wednesday, November 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଇମ୍ରାନ ଖାନଙ୍କୁ ଗିରଫ ବେଆଇନ କହିଲେ ସୁପ୍ରିମକୋର୍ଟ, ଏକ ଘଣ୍ଟାରେ କୋର୍ଟରେ ହାଜର କର

by ସଞ୍ଜୟ ସ୍ୱାଇଁ
May 11, 2023
in WORLD
ଇମ୍ରାନ ଖାନଙ୍କୁ ଗିରଫ ବେଆଇନ କହିଲେ ସୁପ୍ରିମକୋର୍ଟ, ଏକ ଘଣ୍ଟାରେ କୋର୍ଟରେ ହାଜର କର
118
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫକୁ ନେଇ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି । ଇମ୍ରାନଙ୍କୁ ଘଣ୍ଟାଏ ଭିତରେ ହାଜର କରିବାକୁ ନିର୍ଦ୍ଦେଶ ଦେଲେ ପାକିସ୍ତାନ ସୁପ୍ରିମକୋର୍ଟ । ଏହାସହିତ ଇମ୍ରାନଙ୍କ ଗିରଫକୁ ବେଆଇନ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ କହିଛନ୍ତି, ଇମ୍ରାନ ଖାନଙ୍କୁ ଇସଲାମବାଦ ହାଇକୋର୍ଟ ପରିସରରୁ ଗିରଫ କରିବା ନ୍ୟାୟପାଳିକା ପ୍ରତିଷ୍ଠାକୁ ଆଘାତ କରୁଛି । ଶୁଣାଣି ସମୟରେ ଚିଫ ଜଷ୍ଟିସ ବନ୍ଦିୟାଲ କହିଛନ୍ତି, କୋର୍ଟରେ ଭୟର ମାହୋଲ ରହିଛି । କୋର୍ଟରୁ କିଭଳି ଜଣକୁ ଗିରଫ କରାଯାଇପାରେ ବୋଲି ପ୍ରଶ୍ନ କରିଛନ୍ତି । ଶୁଣାଣି କରୁଥିବା ବେଞ୍ଚ କହିଛନ୍ତି, କୋର୍ଟରୁ କାହାକୁ ମଧ୍ୟ ଗିରଫ କରାଯାଇପାରିବ ନାହିଁ । ଏନଏବି କୋର୍ଟକୁ ଅପମାନ କରିଛନ୍ତି । ତେଣୁ ଇମ୍ରାନଙ୍କୁ ଘଣ୍ଟାଏ ଭିତରେ କୋର୍ଟରେ ହାଜର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ପାକିସ୍ତାନର ସୁପ୍ରିମକୋର୍ଟ ଆଜି ଏଭଳି ରାୟ ଶୁଣାଇ ସମସ୍ତଙ୍କୁ ଆଶ୍ଚର‌୍ୟ୍ୟ କରିଛନ୍ତି। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମଙ୍ଗଳବାରଦିନ ଗିରଫ କରାଯାଇଥିଲା । ତାଙ୍କୁ ଇସଲାମାବାଦ ହାଇକୋର୍ଟ ନିକଟରୁ ଗିରଫ କରାଯାଇଥିଲା । ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୮ ଦିନିଆ ରିମାଣ୍ଡରେ ନେଇଥିଲା ଏନଏବି । ଇସଲାମବାଦ ହାଇକୋର୍ଟଙ୍କ ଅନୁମତି ପରେ ଇମ୍ରାନଙ୍କୁ ୮ଦିନିଆ ରିମାଣ୍ଡରେ ନେଇଛି ଘଇଈ । ଏପଟେ ଅଲ-କାଦିର ଟ୍ରଷ୍ଟ ଜମି ଦୁର୍ନୀତି ମାମଲାରେ ସବୁ ପ୍ରମାଣ ଇମ୍ରାନଙ୍କ ବିରୋଧରେ ଥିବା କହିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ସେହବାଜ ସରିଫ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!