ଭଦ୍ରକ, (ବାଘୁଆବାର୍ତ୍ତା): ଦୋକାନରୁ ଗଞ୍ଜେଇ ସହ ଗଞ୍ଜେଇ ଗଛ ଜବତ । ଏମିତି କି ଔଷଧ ଭାବେ ବ୍ୟବହାର ହେଉଥିବା ମୃତ୍ୟୁ ସଞ୍ଜିବନୀ ସୁରା ମଧ୍ୟ ଜବତ ହୋଇଛି । ଭଦ୍ରକ ଜିଲ୍ଲା ଧାମନଗର ଅବକାରୀ ଥାନା ଅଧିନ ସାନ ବଜାରଠାରେ ଏକ ଭେରାଇଟି ଷ୍ଟୋରରେ ଧାମନଗର ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଏହି ଚଢାଉ ବେଳେ ଗଞ୍ଜେଇ ସହ ଦୋକାନ ପଛପଟେ ଥିବା ଗଞ୍ଜେଇ ଗଛ ଠାବ କରିବା ସହ ଦୋକାନାରେ ବିକ୍ରି କରୁଥିବା ମୃତ୍ୟୁ ସଞ୍ଜିବନୀ ସୁରା ଓ ଭାଙ୍ଗ ମଧ୍ୟ ଅବକାରୀ ବିଭାଗ ଏହି ଦୋକାନରୁ ଜବତ କରିଥିବା ସୂଚନା ମିଳିଛି । ତେବେ ଖବର ପାଇ ଅଚାନକ ଅବକାରୀ ବିଭାଗର ଏକ ଟିମ୍ ଚଢାଉ କରିଥିଲା । ଜବତ ହୋଇଥିବା ନିଶା ଦ୍ରବ୍ୟର ମୂଲ୍ୟ କେତେ ଟଙ୍କା ସେ ନେଇ କୌଣସି ସୂଚନା ମିଳିନଥିବା ବେଳେ ସ୍ଥାନୀୟ ଅଞ୍ଚଳର ଦୁଇ ଜଣଙ୍କୁ ଧାମନଗର ଅବକାରୀ ବିଭାଗ ଗିରଫ କରିଛି ।





