ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାର ରଣପୁର ତହସିଲ ଅଞ୍ଚଳରେ ବେଆଇନ ଖଣି ମାଫିଆଙ୍କ ଉତ୍ପାତ ଦେଖିବାକୁ ମିଳିଛି । ରଣପୁରରେ ବେଆଇନ ଖଣିକୁ ନେଇ ଜିଲ୍ଲାରେ ଚର୍ଚ୍ଚା ଯୋର ଧରିଥିବାବେଳେ ଆଜି ଏକ ଅଘଟଣ ଦେଖିବାକୁ ମିଳିଛି । ରଣପୁର ତହସିଲ ଏନଫୋସମେଣ୍ଟ ଟିମ୍କୁ ଆଜି ଖଣି ମାଫିଆଙ୍କ ଆକ୍ରମଣ ଦେଖିବାକୁ ମିଳିଛି । ଏନଫୋର୍ସମେଣ୍ଟ ଟିମ ପକ୍ଷରୁ ଆଜି ଚାନ୍ଦପୁର ଥାନା ପଟିଆ ପଞ୍ଚାୟତ କୁଶୁପଲ୍ଲା ବେଆଇନ ଖଣି ଉପରେ ଚଢ଼ଉ କରାଯାଇଥିଲା । ଖଣି ମାଫିଆ ମାନେ ଜବରଦସ୍ତ ଗାଡ଼ି ନେଇଯିବା ସହ ଗାଡ଼ି ଚଢ଼ାଇଦେବା ପାଇଁ ଉଦ୍ୟମ କରିଥିଲେ ।
ଅଳ୍ପକେ ବର୍ତିଯାଇଛନ୍ତି ଆହତ ଅମିନ ସୁଦାମ ଚରଣ ବେହେରା । ଆଜି ରଣପୁର ଅତିରିକ୍ତ ତହସିଲଦାର ଅବିନାଶ କୁମାର ମାହାରଙ୍କ ନେତୃତ୍ୱରେ ଏକ ସାତ ଜଣିଆ ଟିମ କୁଶପଲ୍ଲା ବେଆଇନ ଖଣି ଉପରେ ଚଢ଼ଉ କରାଯାଇଥିଲା । ବଡ଼ ଗାଡି ଯିବାରୁ ମାଫିଆମାନେ ଜାଣି ଦେଉଥିବାରୁ ଏନଫୋର୍ସମେଣ୍ଟ ଟିମ ଆଜି ବାଇକ ଯୋଗେ ଯାଇଥିଲେ । ଏମାନେ ପହଞ୍ଚିବା ମାତ୍ରେ ଉପସ୍ଥିତ ଖଣି ମାଫିଆ ମାନେ ଗାଡି ଚଢ଼ାଇଦେବାକୁ ଉଦ୍ୟମ କରି ଫେରାର ହୋଇଯାଇଥିଲେ ।
ସମ୍ପୃକ୍ତ ଅମିନ ଜଣକୁ ଚାନ୍ଦପୁର ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିିତ୍ସା କରାଇ ଚାନ୍ଦପୁର ଥାନାରେ ଏକ ମାମଲା ରୁଜୁ କରାଯିବା ନେଇ ପ୍ରକାଶ କରିଛନ୍ତି ଅତିରିକ୍ତ ତହସିଲଦାର । ଆଜିର ଏହି ଚଢ଼ଉ କାର୍ଯ୍ୟରେ ରାଜସ୍ୱ ସୁପରଭାଇଜର ଶିବନାରାୟଣ ପ୍ରଧାନ, ଝାରପଡା ଆରଆଇ ଅନିଲ ବେହେରା, ରାୟପଡା ଆରଆଇ ରାକେଶ ରଞ୍ଜନ ସେଠି ଓ ରଣପୁର ତହସିଲର ୪ ଜଣ ଅମିନ ସାମିଲ ହୋଇଥିଲେ ।





