ଗଞ୍ଜାମ, (ବାଘୁଆବାର୍ତ୍ତା): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକରେ କାର୍ଯ୍ୟରତ ଯନ୍ତ୍ରୀ ଓ ଜିଆରଏସ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି । ପୁରୁଷୋତ୍ତମପୁର ବ୍ଲକର ଯନ୍ତ୍ରୀ ଯଗଦିଶ କୁମାର ସାହୁ ଏକ ମନରେଗା କାର୍ଯ୍ୟର ବିଲ କରିବା ପାଇଁ ଜଣେ ଠିକାଦାରଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଠିକାଦାର ଟଙ୍କା ଦେବା କ୍ଷଣି ଯନ୍ତ୍ରୀ ୧୦ ହଜାର ଟଙ୍କା ଧରି ଜିଆରଏସକୁ ଗଣିବାକୁ ଦେଇଥିଲେ । ଭିଜିଲାନ୍ସ ଜିଆରଏସଙ୍କ ଠାରୁ ୧୦ ହଜାର ଟଙ୍କା ଜବତ କରିଥିଲେ । ଜଗନ୍ନାଥପୁର ପଞ୍ଚାୟତର ଜିଆରଏସ ସୂର୍ଯ୍ୟନାରାୟଣ ସ୍ୱାଇଁ ଅକଲରେ ପଡିଯାଇଛନ୍ତି । ଭିଜିଲାନ୍ସ ପକ୍ଷରୁ ଯନ୍ତ୍ରୀଙ୍କର ୩ ଟି ଯାଗାରେ ଚଢ଼ଉ ଯାରି ରହିଛି । ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜ କରାଯାଇଛି । ଉଭୟଙ୍କୁ ଅଟକ ରଖାଯାଇଛି ।





