ଆନନ୍ଦପୁର, (ବାଘୁଆବାର୍ତ୍ତା): ମହିଳାଙ୍କଠାରୁ ସୁନା ଚେନ୍ ଓ ନଗଦ ଅର୍ଥ ଲୁଟ୍ ଘଟଣାରେ ଦୁଇ ଜଣଙ୍କୁ ଗିରଫ କଲା ଘଷିପୁରା ପୋଲିସ । ଗତବର୍ଷ ମେ’ ମାସ ୨୩ ତାରିଖରେ ଘଷିପୁରା ଥାନା ନାରଙ୍ଗପୂର-ବରିପାଳ ରାସ୍ତାର ଏକ ନିଛାଟିଆ ସ୍ଥାନରେ ସ୍କୁଟିରେ ଯାଉଥିବା ଜଣେ ମହିଳାଙ୍କଠାରୁ ଦୁଇ ଜଣ ଦୁର୍ବୃତ୍ତ ବାଇକ୍ ଯୋଗେ ଆସି ସୁନା ଗହଣା ସହିତ ନଗଦ ଅର୍ଥ ଲୁଟି ନେଇଥିଲେ । ଘଟଣାର ତଦନ୍ତ କରୁଥିବା ଘଷିପୁରା ପୋଲିସ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଯାଜପୁର ଜିଲ୍ଲା କଣ୍ଟିପୁର ଗାଁର କାହ୍ନୁ ଚରଣ ଜେନା ହୋଇଥିବା ବେଳେ ଅନ୍ୟ ଜଣଙ୍କ କେନ୍ଦୁଝର ଜିଲ୍ଲା କୋଳିପାଳ ଗାଁର ଦୀପକ ଜେନା । ଏମାନଙ୍କ ବିରୋଧରେ ଅନ୍ୟ କେଉଁ ଅପରାଧିକ ମାମଲା ରହିଛି ତାକୁ ନେଇ ଅଧିକ ଖୋଳତାଡ଼ ଆରମ୍ଭ କରିଛି ଘସିପୁରା ପୋଲିସ ।





