କଣ୍ଟାବାଞ୍ଜି, (ବାଘୁଆବାର୍ତ୍ତା): କଣ୍ଟାବାଞ୍ଜିରେ ପୁଣି ଲୁଟେରାଙ୍କ ଆତଙ୍କ । ଡିପୋଜିଟ୍ କରିବା ପାଇଁ ଆସୁଥିବା ବେଳେ ୨ ଲକ୍ଷରୁ ଅଧିକ ଟଙ୍କା ଝାମ୍ପି ନେଲେ ଲୁଟେରା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କଣ୍ଟାବାଞ୍ଜି ଏସ୍ବିଆଇ ବ୍ୟାଙ୍କକୁ ଟଙ୍କା ଡିପୋଜିଟ କରିବାକୁ ବିଦେଶୀ ମଦ ଦୋକାନୀ କର୍ମଚାରୀ ଆସୁଥିଲେ । ଏହି ସମୟରେ କିଛି ଲୁଟେରା ଆସି କର୍ମଚାରୀଙ୍କ ଠାରୁ ୨ ଲକ୍ଷ ୩୩ ହଜାର ୯୦୦ ଟଙ୍କା ଝାମ୍ପି ନେଲେ । ଯାହାପରେ ତୁରନ୍ତ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ ମଦ ଦୋକାନୀ କର୍ମଚାରୀ । ପୋଲିସ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।





