Wednesday, June 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦୁର୍ଦ୍ଦିନରେ ବିଡ଼ି ଶ୍ରମିକ, ସରକାରୀ ସହାୟତା ଦାବି

by Anil Panda
May 25, 2020
in Feature News
ଦୁର୍ଦ୍ଦିନରେ ବିଡ଼ି ଶ୍ରମିକ, ସରକାରୀ ସହାୟତା ଦାବି
106
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): କୋଭିଡ-୧୯ ପରିପ୍ରେକ୍ଷୀରେ କେନ୍ଦ୍ର ଓ ରାଜ୍ୟ ସରକାର କଟକଣା ଲାଗୁ କରିବା ସହ ଲକଡାଉନ ବ୍ୟବସ୍ଥା ଜାରି ରଖିଛନ୍ତି । ଫଳରେ ନୟାଗଡ଼ ଜିଲ୍ଲାରେ ୩ହଜାରରୁ ଉର୍ଦ୍ଧ୍ୱ ବିଡ଼ି ଶମିକ ଏବେ ଦୁର୍ଦ୍ଦିନରେ କାଳ ବିତାଉଛନ୍ତ, ଶହଶହ ବିଡ଼ିଶ୍ରମିକ ପରିବାରବର୍ଗ ଏବେ ଜୀବିକା ହରାଇ ହାତବାନ୍ଧି ବସିଛନ୍ତି । ନୟାଗଡ଼ ବ୍ଲକ କ୍ଷେଡ଼ପଡ଼ା, ଖଣ୍ଡପଡ଼ା ବ୍ଳକ ଅଂଚଳର ଖଳିସାହି, ମର୍ଦ୍ଦରାଜପୁର, ବେଣାଗାଡ଼ିଆ, ବାଣପୁର, ସିଧାମୂଳା, ବୋଦସା ପ୍ରଭୁତି ପଂଚାୟତରେ ବସବାସ କରୁଥିବା ବିଡ଼ି ଶ୍ରମିକ ପରିବାରଗୁଡ଼ିକ ଦୈନିକ ବିଡ଼ି ତିଆରି କରି ଦୁଇପଇସା ରୋଜଗାର କରି ପରିବାର ପ୍ରତିପୋଷଣ କରିଥାନ୍ତି । ଏପରିକି ଗୋଟିଏ ଗୋଟିଏ ପରିବାରର ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ଲୋକ ଓ ମହିଳାମାନେ ମଧ୍ୟ ବିଡି ତିଆରି କରିଥାନ୍ତି । ଏ ଅଂଚଳରୁ ପ୍ରସ୍ତୁତ ବିଡି କଟକ, ଭୂବନେଶ୍ୱର, ବ୍ରହ୍ମପୁର, ନୟାଗଡ ଓ କନ୍ଧମାଳ ଅଂଚଳକୁ ପଠାଯାଇଥାଏ । ମାତ୍ର ଲକଡାଉନ ଯୋଗୁଁ ବିଡ଼ି କମ୍ପାନୀ କର୍ତୃପକ୍ଷ ବିଡ଼ି କ୍ରୟ କରିବା ବନ୍ଦ କରିଦେଇଥିବା ଯୋଗୁଁ ବିଡ଼ି ଶ୍ରମିକମାନେ ଅସୁବିଧାର ସମ୍ମୁଖିନ ହୋଇଛନ୍ତି । ସରକାର ପ୍ରତ୍ୟେକବର୍ଗର ବ୍ୟକ୍ତିବିଶେଷଙ୍କ ନିମନ୍ତେ ସହାୟତା ପ୍ରଦାନ କରୁଥିବା ବେଳେ ବିଡ଼ି ଶ୍ରମିକମାନଙ୍କ ନିମନ୍ତେ ସେଭଳି କୈାଣସି ପ୍ୟାକେଜର ବ୍ୟବସ୍ଥା କରିନଥିବାରୁ ଏ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ସୂଚନାଯୋଗ୍ୟ ବିଡ଼ି ଶ୍ରମିକମାନଙ୍କୁ ସରକାର ଚିହ୍ୱଟ କରି ପରିଚୟ ପତ୍ର ପ୍ରଦାନ କରିଛନ୍ତି । ମାତ୍ର କୈାଣସି ସହାୟତା ରାଶି ପ୍ରଦାନ କରାଯାଇନଥିବାରୁ ଖଣ୍ଡପଡା ଅଂଚଳର ବିଡ଼ି ଶ୍ରମିକମାନେ ଏବେ ଦୁଃଖରେ ଦିନ କାଟୁଛନ୍ତି । ଏଣୁ ଏମାନଙ୍କ ପ୍ରତି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ସଦୟ ହେବାକୁ ବିଡ଼ି ଶ୍ରମିକ ସଂଘର ସଦସ୍ୟମାନେ ଦାବି କରିଛନ୍ତି ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!