ବ୍ରାଜିଲ, (ବାଘୁଆବାର୍ତ୍ତା): ବରକୁ ୬୫ ବର୍ଷ କନ୍ୟାକୁ ମାତ୍ର ୧୬ । ହେଲେ ଦୁହେଁ ନିଜ ସହମତିରେ ଧୁମଧାମରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହି ବିବାହକୁ ନେଇ ସୋସିଆଲ ମିଡିଆରେ ଲୋକେ ବେଶ୍ ପ୍ରତିକ୍ରିୟାଶୀଳ ହେଉଥିବା ଜଣାପଡିଛି । ବିବାହ କରିଥିବା ବ୍ୟକ୍ତି ଜଣକ ଜଣେ ପ୍ରତିଷ୍ଠିତ ବ୍ୟକ୍ତି, ବ୍ରାଜିଲର ମେୟର ହିସାମ ହୁସୈନ୍ ଦେହୈନି । ବିରୋଧାଭାଷ ଯୋଗୁଁ ସେ ନିଜ ପଦବୀ ଛାଡିଛନ୍ତି । ଏବଂ ଯେଉଁ ଯୁବତୀଙ୍କୁ ବିବାହ କରିଛନ୍ତି ସେ ଚାଇଲ୍ଡ ବ୍ୟୁଟି କ୍ୱିନ୍ କୌଏନ୍ ରୋଡ୍ କୈମାର୍ଗୋ ବୋଲି ଜଣାପଡିଛି । ସେ ଏବେବି ସ୍କୁଲ ପଢା ଶେଷ କରିନଥିବା ଜଣାପଡିଛି । ଦୁହେଁ ଏପ୍ରିଲ ୧୫ ତାରିଖରେ ବିବାହ କରିଛନ୍ତି । ତେବେ ବିବାହର ୪ ଦିନ ପୂର୍ବରୁ ହିଁ କୈମାର୍ଗୋଙ୍କୁ ୧୬ ବର୍ଷ ହୋଇଛି । ଗଣମାଧ୍ୟମ ରିପୋର୍ଟ ମୁତାବକ, ଦେହୈନି ୧୪ ମିଲିୟନ୍ ବ୍ରାଜିଲିଆନ୍ ରିୟାଲ ସମ୍ପତ୍ତିର ମାଲିକ । ବିବାହ ସୟରେ ସେ ବ୍ରାଜିଲର ପୁରୁଣା ରାଜ୍ୟ ଅରାକୁରିୟାର ମେୟର ଭାବେ କାର୍ୟ୍ୟରତ ଥିଲେ । ହେଲେ ବିବାହ ପରେ ତାଙ୍କୁ ସମାଲୋଚନା କରିବାରୁ ସେ ଏହି ପଦରୁ ଇସ୍ତଫା ଦେଇଥିବା ଜଣାପଡିଛି । ଦେହୈନି ଏହା ପୂର୍ବରୁ ୬ଥର ବିବାହ କରିସାରିଛନ୍ତି । ତାଙ୍କର ପ୍ରଥମ ବିବାହ ୧୯୮୦ରେ ହୋଇଥିଲା । ସେ ୧୬ ସନ୍ତାନଙ୍କର ବାପା । ସେ ଡ୍ରଗ୍ସ ତସ୍କରୀରେ ୨୦୦୦ରେ ଗିରଫ ହୋଇଥିଲେ । ଏହି ମାମଲାରେ ତାଙ୍କୁ ପାଖାପାଖି ୩ମାସ ଜେଲରେ ରହିବାକୁ ପଡିଥିଲା । ପରେ ଏହି ମାମଲାର ଯାଞ୍ଚକୁ ବନ୍ଦ କରିଦିଆଯାଇଥିଲା ।





