Wednesday, November 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗରୀବ ପିଲାଙ୍କ କୋଟାରେ ପଢୁଛନ୍ତି କୋଟିପତି ପିଲା, ତଦନ୍ତ ଆରମ୍ଭ

by ସଞ୍ଜୟ ସ୍ୱାଇଁ
May 4, 2023
in Education, NATIONAL NEWS
ଗରୀବ ପିଲାଙ୍କ କୋଟାରେ ପଢୁଛନ୍ତି କୋଟିପତି ପିଲା, ତଦନ୍ତ ଆରମ୍ଭ
262
VIEWS
Share on FacebookShare on Twitter

ଦିଲ୍ଲୀ, (ବାଘୁଆବାର୍ତ୍ତା): ବାପାମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଲକ୍ଷ ଲକ୍ଷ ଟଙ୍କାର ବାଲାନ୍ସ । ବର୍ଷକୁ ୫ରୁ ୧୦ ଲକ୍ଷ ଭରୁଛନ୍ତି ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ । ହେଲେ ସେମାନଙ୍କ ପିଲାଏ ପଢୁଛନ୍ତି ଗରୀବ ଶ୍ରେଣୀ କୋଟାରେ । ଦିଲ୍ଲୀର କିଛି ନାମକରା ସ୍କୁଲରେ ଗରୀବ ପିଲାଙ୍କ କୋଟାରେ ଜାଲିଆତି କରି ନାଁ ଲେଖାଇଛନ୍ତି ଲକ୍ଷପତିଙ୍କ ପିଲା । ଫଳରେ ପ୍ରକୃତ ବିବେଚିତ ହେଉଥିବା ଗରୀବ ପିଲାମାନେ ଏହି ସ୍କୁଲରେ ପାଠ ପଢିବାରୁ ବଞ୍ଚିତ ହେଉଛନ୍ତି । ଏକାଧିକ ସ୍କୁଲରୁ ଏଭଳି ଅଭିଯୋଗ ଆସିବା ପରେ ଆରମ୍ଭ ହୋଇଛି ଯାଞ୍ଚ । ପଢିବାକୁ ଆଗ୍ରହୀ ତଥା ପାଠରେ ଆଗୁଆ ଗରୀବ ପିଲାଙ୍କୁ ଭଲ ଶିକ୍ଷା ଦେବା ଉଦ୍ଦେଶ୍ୟରେ ଆରଟିଇ (ରାଇଟ୍ ଟୁ ଏଜୁକେସନ୍) ଅଧିନରେ ରହିଛି ନିର୍ଦ୍ଦିଷ୍ଟ ସୁବିଧା । କିଛି ଉଚ୍ଚମାନର ଘରୋଇ ବିଦ୍ୟାଳୟ ମାନଙ୍କରେ ଗରୀବ ଶ୍ରେଣୀ ପିଲାଙ୍କ ପାଇଁ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ରହିଛି । ଯେଉଁ ଅଭିଭାବକଙ୍କର ବାର୍ଷିକ ଆୟ ୧ଲକ୍ଷରୁ କମ୍ ସେମାନଙ୍କ ପିଲାମାନଙ୍କ ପାଇଁ ଏହି ସ୍କୁଲ ମାନଙ୍କରେ ପଢିବାକୁ ସୁଯୋଗ ରହିଛି । ହେଲେ ଯାଞ୍ଚ ପରେ ଜଣାପଡିଛି ଏଥିରେ ବ୍ୟପକ ଜାଲିଆତି ହୋଇଛି । ଏହି ସ୍କୁଲରେ ପଢୁଥିବା ଅନେକ ପିଲାମାନଙ୍କ ବାପାଙ୍କ ବାର୍ଷିକ ଆୟ ବେଶ୍ ଅଧିକ । ସେମାନଙ୍କ ଆକାଉଣ୍ଟରେ ଲକ୍ଷାଧିକ ଟଙ୍କା ଥିବାବେଳେ ସୋମନେ ୫ରୁ ୧୦ ଲକ୍ଷ ଟଙ୍କା ରିଟର୍ଣ୍ଣ ଭରୁଥିବା ଜଣାପଡିଛି । ସେମାନେ ବାର୍ଷିକ ଆୟର ମିଛ ପ୍ରମାଣପତ୍ର ଦେଇ ନିଜ ପିଲାମାନଙ୍କର ଏହି କୋଟାରେ ନାଁ ଲେଖାଇଥିବା ଅଭିଯୋଗ ହୋଇଛି । ଏନେଇ ସ୍କୁଲ କର୍ତ୍ତୃପକ୍ଷରୁ ଆଞ୍ଚଳିକ ବେସିକ୍ ଶିକ୍ଷାଧିକାରୀଙ୍କୁ ଜଣାଇବା ପରେ ଏହାର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୭ରେ ପ୍ରଚାର ମୈଦାନକୁ ଓହ୍ଲାଇବେ ଧର୍ମେନ୍ଦ୍ର । ଟଙ୍କଧରଙ୍କ ପାଇଁ କରିବେ ରୋଡ ସୋ’, ଦୀପାଳିଙ୍କ ପାଇଁ ନବୀନ ମଧ୍ୟ ୭ରେ ପ୍ରଚାର ମୈଦାନକୁ ଓହ୍ଲାଇ ପାରନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!