କଟକ, (ବାଘୁଆବାର୍ତ୍ତା): ଠକ କୈଫି ଖାନର ଜଣେ ସହଯୋଗୀଙ୍କୁ ଗିରଫ କରିଛି ମଙ୍ଗଳାବାଗ ପୋଲିସ । କୈଫିଙ୍କ ଗିରଫ ସହଯୋଗୀ ହେଲେ ସେକ୍ ଇସ୍ରାଏଲ୍ । ସେକ୍ ଇସ୍ରାଏଲ୍ କୈଫିଙ୍କ ଡ୍ରାଇଭର ଥିଲେ । ଏହା ସହ କୈଫିଙ୍କର ବେଆଇନ ଅର୍ଥ କାରବାର ଇସ୍ରାଏଲଙ୍କ ମାଧ୍ୟମରେ ହେଉଥିଲା ବୋଲି ମଙ୍ଗଳାବାଗ ପୋଲିସ କହିଛି । ବୁଧବାର କୈଫିଙ୍କୁ ପୋଲିସ ଚାରି ଦିନିଆ ରିମାଣ୍ଡରେ ଆଣି ଠକେଇ ସମ୍ପର୍କରେ ପଚରାଉଚରା କରୁଛି । ଏହି ପଚରାଉଚରା ବେଳେ ଇସ୍ରାଏଲ ଙ୍କ ଭୂମିକା ସମ୍ପର୍କରେ ଜଣା ପଡିଥିଲା । ତେଣୁ ଇସ୍ରାଏଲ ଙ୍କୁ ଥାନାକୁ ଆଣି ଜେରା କରିବା ପରେ ପୋଲିସ ତାଙ୍କୁ ଗିରଫ କରିଥିବା ସୂଚନା ଦେଇଛି । ଏଭଳି ଠକାମିରେ ଯେଉଁ ମାନେ କୈଫିଙ୍କୁ ସହଯୋଗ କରିଛନ୍ତି, ସେମାନଙ୍କୁ ଚିହ୍ନଟ କରାଯାଇଛି ଓ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି କଟକ ଡିସିପି ସୂଚନା ଦେଇଛନ୍ତି।





