ବ୍ରହ୍ମଗିରି, (ବାଘୁଆବାର୍ତ୍ତା): ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ କଲେଜ ଛକ ନିକଟ ନିଜ ବାସଭବନରୁ ଜଣେ ଗଞ୍ଜେଇ ମାଫିଆ ଏବଂ ତାଙ୍କ ପୁଅକୁ ଗିରଫ କରିଛି ପୋଲିସ । ଘର ଏବଂ ତାଙ୍କ ହୋଟେଲ ଉପରେ ପୁରୀ ସ୍ପେଶାଲ୍ ସ୍କ୍ୱାଡ୍ ଓ ବ୍ରହ୍ମଗିରି ପୋଲିସ ରେଡ୍ କରି ୬ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିଛି । ଏହାସହ ଗଞ୍ଜେଇ ମାଫିଆ ବିଜୟ କୁମାର ପାଣି ଓ ତାଙ୍କ ପୁଅ ଶତ୍ରୁଜିତ ପାଣିକୁ ଗିରଫ କରିବା ସହ ଦୁଇଟି କାର୍, ତିନୋଟି ମୋବାଇଲ, ଦୁଇଟି ସ୍କୁଟି ଜବତ କରିଛି । ଘର ଭିତରୁ ୩ଟି ଅଫୁଟା ବୋମା ଜବତ କରିଛି ପୋଲିସ । ବ୍ରାଉନସୁଗାର ସ୍ପେଶାଲ୍ ଡ୍ରାଇଭ୍ ଚାଲିଥିବା ବେଳେ ପୋଲିସ ଖବର ପାଇ ଏହି ରେଡ୍ କରିଥିଲା ।





