ଭୂବନେଶ୍ୱର,(ବାଘୁଆବାର୍ତ୍ତା ବ୍ୟୁରୋ): ଓଡ଼ିଶାରେ ଲକ୍ ଡାଉନ୍ ଯୋଗୁ ନିଜ ରାଜ୍ୟକୁ ଫେରି ପାରୁନଥିବା କାର୍ଯ୍ୟରତ ୩୬ ଜଣ ପ୍ରବାସୀ ଆଜି ଅପରାହରେ ୨୩ ଜଣ ମିଜୋରାମକୁ ଏବଂ ୧୩ ଜଣ ମଣିପୁରକୁ ଯାଇଛନ୍ତି । ଓଡ଼ିଶା ସରକାରଙ୍କ ଶ୍ରମ ଆୟୁକ୍ତ ଡ. ଏନ୍. ତିରୁମଲ୍ଲା ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଜି ଅପରାହରେ ୩୬ ଜଣ ପ୍ରବାସୀଙ୍କୁ ଭୁବନେଶ୍ୱରରୁ ବସ୍ ଯୋଗେ ପଠାଇବାର ସୁବ୍ୟବସ୍ଥା କରାଯାଇଛି ।ଓଡ଼ିଶା ରାଜ୍ୟ ଉନ୍ନୟନ କମିଶନର ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗଙ୍କ ପରାମର୍ଶ କ୍ରମେ ଶ୍ରମ ଆୟୁକ୍ତ ଡ. ନାୟକ ପ୍ରବାସୀମାନଙ୍କ ସହିତ ଯୋଗାଯୋଗ କରି ଏସବୁ ଦାୟିତ୍ୱ ନିର୍ବାହ କରିଥିଲେ । ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ କୁମାର ରାଉତ ଏଥିରେ ପୂର୍ଣ୍ଣ ସହଯୋଗ କରିଥିଲେ । ଏହି ଅବସରରେ ନିଜ ରାଜ୍ୟକୁ ଫେରି ପାରିଥିବା କାର୍ଯ୍ୟରତ ଏହି ପ୍ରବାସୀ ଓଡ଼ିଶା ସରକାର ତଥା ରାଜ୍ୟ ଶ୍ରମ ବିଭାଗକୁ ପ୍ରଶଂସା କରିଥିଲେ । ଜିଲ୍ଲା ଶ୍ରମ ଅଧିକାରୀଙ୍କ ଠାରୁ ଆର ମ୍ଭ କରି ପ୍ରଭାଗୀୟ ଶ୍ରମ ଆୟୁକ୍ତ ଙ୍କ ସମେତ ଯୁଗ୍ମ ଶାସନ ସଚିବ ଅଶୋକ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଏହି ପ୍ରବାସୀମାନଙ୍କ ମିଜୋରାମ ଓ ମଣିପୁର ଗସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ ।






