Monday, October 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଟ୍ରେନ ଧକ୍କାରେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ

by ସଞ୍ଜୟ ସ୍ୱାଇଁ
May 1, 2023
in Breaking, Nayagarh
ଟ୍ରେନ ଧକ୍କାରେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ
1.3k
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା); ଟ୍ରେନ ଧକାଁରେ ଜଣେ ବୟସ୍କ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ବ୍ୟକ୍ତିଙ୍କ ଘର ରାଜସୁନାଖଳା ଅଞ୍ଚଳର ବୋଲି ସୂଚନା ମିଳିଥିଲେ ମଧ୍ୟ ପରିଚୟ ମିଳିପାରିନାହିଁ । ସୂଚନାନୁସାରେ, ଆଜି ରାତ୍ର ୭ଟା ସମୟରେ ଖୋର୍ଦ୍ଧା ରୋଡ଼ରୁ ନୟାଗଡ଼ ଅଭିମୁଖେ ଆସୁଥିବା ପାସେଞ୍ଜର ଟ୍ରେନ ବୋଲଗଡ଼ ଷ୍ଟେସନ ଅଟିକିଥିଲା । ତେବେ ଟ୍ରେନଟି ବୋଲଗଡ଼ ଷ୍ଟେସନ ଛାଡିବା କ୍ଷଣି ଜଣେ ବୟସ୍କ ବ୍ୟକ୍ତି ଜଣଙ୍କ ଟ୍ରେନ ସହ ଧକ୍କା ହୋଇଥିଲା । ବୟସ୍କ ବ୍ୟକ୍ତି ଜଣଙ୍କ ମୁଣ୍ଡରେ ଜୋର ଆଘାତ ଲାଗିଥିବାରୁ ଟ୍ରେନ ଅଟଳାଇ ସ୍ଥାନୀୟ ଲୋକ ଟ୍ରେନ ଚାଳକ ଉକ୍ତ ବ୍ୟକ୍ତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଟ୍ରେନରେ ନୟାଗଡ଼ ଷ୍ଟେସନ ଆଣିଥିଲେ । ନୟାଗଡ଼ ଷ୍ଟେସନ ଠାରୁ ଆମ୍ବୁଲାନ୍ସ ମାଧ୍ୟମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଆଣିଥିଲେ । ତେବେ ଡାକ୍ତର ତାଙ୍କୁ ମୃତ ଷୋଘଣା କରିଥିବା ଜଣାପଡିଛି । ତେବେ ଉକ୍ତ ବ୍ୟକ୍ତିର ପରିଚୟ ମିଳିପାରିନଥିବା ବେଳେ ସେ ଜଣେ ଅଟୋ ଚାଳକ ଏବଂ ତାଙ୍କ ଘର ରାଜସୁନାଖଳା ଅଞ୍ଚଳରେ ବୋଲି ସୂଚନା ମିଳିଛି । ପୋଲିସ୍ ମୃତ ଶରୀର ଜବତ କରି ଶବ ବ୍ୟବଛେଦ କରିବା ଶବ ବ୍ୟବଛେଦ ଗୃହରେ ରଖିଥିବା ସୂଚନା ମିଳିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!