Monday, September 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶିଶୁକୁ ମୃତ ଘୋଷଣା କଲେ ଦୁଇ ଡାକ୍ତର, ଚେଇଁ ଉଠିଲା ଶିଶୁ

by ସଞ୍ଜୟ ସ୍ୱାଇଁ
April 30, 2023
in Health, State
ଫେବୃଆରୀ ୧୫ ରୁ ଆନ୍ଦୋଳନରେ ବସିବେ ଆୟୁଷ ଡାକ୍ତର
255
VIEWS
Share on FacebookShare on Twitter

ଢେଙ୍କାନାଳ, (ବାଘୁଆବାର୍ତ୍ତା): ମେଡିକାଲରେ ନବଜାତ ଶିଶୁକୁ ମୃତ ଘୋଷଣା କଲେ ଡାକ୍ତର । ଜଣେ ନୁହେଁ ଦୁଇ ଜଣ ଡାକ୍ତର ଶିଶୁଟି ମୃତ ବୋଲି କହିଲେ । ପରିବାର ଲୋକେ ମୃତଦେହ ଧରି ଘରକୁ ପଳାଇ ଆସିଲେ । ହେଲେ ଶିଶୁଟି ଜୀବିତ ଥିବା ଜଣାପଡ଼ିଥିଲା । ଏହାପରେ ଶିଶୁଟିକୁ ପୁଣି ମେଡିକାଲରେ ଭର୍ତ୍ତି କରାଯାଇଛି । ଏପଟେ ପ୍ରସବ ପରେ ଗୁରୁତର ମହିଳାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଅଭିଯୋଗ ଅନୁସାରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟର ଡାକ୍ତରଙ୍କର ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ । ସକାଳେ ପ୍ରସବ ବେଦନା ପରେ ଟାଉନ ଥାନା ଖମାରସାହିର ପ୍ରଣତିଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଶିଶୁ ଜନ୍ମ ପରେ ତାକୁ ମୃତ ଘୋଷଣା କରିଥିଲେ ଡାକ୍ତର । ମାଆକୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ପିଲାଟିକୁ ଘରକୁ ନେଇ ପଳାଇ ଆସିଥିଲେ ପରିବାର ଲୋକେ । ହେଲେ ପରେ ଛୁଆଟି ଜୀବିତ ଥିବା ଜଣାପଡିବା ପରେ ପୁଣିଥରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏବେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟର ଏସଏନସିୟୁରେ ନବଜାତର ଚିକିତ୍ସା ଚାଲିଛି । ତେବେ କେଉଁ ପରିସ୍ଥିତିରେ ନବଜାତ ଶିଶୁଟିକୁ ଡାକ୍ତର ମୃତ ଘୋଷଣା ତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!