ବାଂଶପାଳ, (ବାଘୁଆବାର୍ତ୍ତା): ପୁଅକୁ ହତ୍ୟା ଅଭିଯୋଗରେ ବାପା ଓ ତାର ସହଯୋଗୀଙ୍କୁ ଖୁଣ୍ଟରେ ବାନ୍ଧିଦେଲେ ଲୋକେ। ଗାଁ ଦାଣ୍ଡରେ କଙ୍ଗାରୁ କୋର୍ଟ କରି ସେମାନଙ୍କୁ ମଧ୍ୟ ଅତ୍ୟାଚାର କରିଥିଲେ। ଏହିଖବର ପାଇ ଘଟଣାସ୍ଥଳରେ କାଞ୍ଜିପାଣି ପୋଲିସ ପହଞ୍ଚି ଘଟଣାସ୍ଥ ସେମାନଙ୍କୁ ଉଦ୍ଧାର କରିଛି। ଏପରି ଅଭାବନୀୟ ଦୃଶ୍ୟ କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା କରଙ୍ଗାଡିହ ଗାଁରେ ଦେଖିବାକୁ ମିଳିଛି। ଖବର ଆନୁସାରେ, ଗତ ଏପ୍ରିଲ୍ ୧୨ରେ କରଙ୍ଗାଡିହ ଗାଁର ରଙ୍ଗା ମହାକୁଡ଼ଙ୍କ ନାବାଳକ ପୁଅ (୮) ଫକୀର ମହାକୁଡ଼ର ମୃତଦେହ ଗାଁପାଖ ଏକ ପଡ଼ିଆରୁ ଉଦ୍ଧାର ହୋଇଥିଲା। ଉଦ୍ଧାର ମର ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିଲା। ତେବେ ସେହି ନାବାଳକକୁ କିଏ ହତ୍ୟା କରିଛି ୩ ସପ୍ତାହ ପରେ ମଧ୍ୟ ପୋଲିସ ଆସାମୀକୁ ଧରିବାରେ ବିଫଳ ହୋଇଥିଲା। କିନ୍ତୁ ଏହା ମଧ୍ୟରେ ନାବାଳକ ପୁଅକୁ ରଙ୍ଗା ମହାକୁଡ଼ (ବାପା) ସହଯୋଗୀ ବିଦ୍ୟାଧର ଦେହୁରୀଙ୍କ ସହାୟତାରେ ହତ୍ୟା କରିଛନ୍ତି ବୋଲି ଗାଁର ଧନେଶ୍ୱର ଦେହୁରୀ ଅଭିଯୋଗ କରିଥିଲେ। ତେଣୁ ରବିବାର ଗାଁରେ ଶତାଧିକ ଲୋକ ଏକାଠି ହୋଇ ବୈଠକ ବସିଥିଲା। ସେଠାରେ ଏହି ଅଭିଯୋଗକୁ ନେଇ ମୃତ ନାବାଳକର ବାପା ଓ ତାଙ୍କ ସହଯୋଗୀ ଖଣ୍ଡନ କରିଥିଲେ। ତେବେ ଏନେଇ ଗାଁ ଲୋକ ଅସନ୍ତୁଷ୍ଟ ଥିଲେ। ପରେ ରଙ୍ଗା ମହାକୁଡ଼, ଓ ବିଦ୍ୟାଧର ଦେହୁରୀଙ୍କୁ ଗାଁ ମଣ୍ଡପରେ ବାନ୍ଧି ନିସ୍ତୁକ ପିଟିଥିଲେ। ତେବେ ଏହି ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଂଚି ବହୁ କଷ୍ଟରେ ଆକ୍ରମଣର ଶୀକାର ହୋଇଥିବା ନାବାଳକର ବାପା ସାବତ ମା ଓ ବିଦ୍ୟାଧରଙ୍କୁ ଥାନାକୁ ଆଣିଥିଲା। ଏହି ଘଟଣାର ତଦନ୍ତ ଚାଲିଛି, ଉଦ୍ଧାର ଲୋକଙ୍କୁ ଆଣି ପଚରାଉଚରା କରାଯାଉଛି ବୋଲି କାଞ୍ଜିପାଣି ଆଇଆଇସି ଶେଖ ଆଜାରୁଦ୍ଦିନ ପ୍ରକାଶ କରିଛନ୍ତି।





