Wednesday, June 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରବାସୀମାନଙ୍କୁ ମାସକୁ ମୁଣ୍ଡପିଛା ୫ କେଜି ଚାଉଳ ଏବଂ ପରିବାର ପିଛା ୧ କେଜି ଚଣା

by Anil Panda
May 22, 2020
in Breaking
କେନ୍ଦ୍ରମନ୍ତ୍ରୀଙ୍କ ସହ କଥାହେଲେ ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ
31
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା):  କେନ୍ଦ୍ର ସରକାରଙ୍କ ପକ୍ଷରୁ ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମରେ ନିଆଯାଇଥିବା ପଦକ୍ଷେପ ସ୍ୱରୂପ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହୋଇନଥିବା ପ୍ରବାସୀମାନଙ୍କୁ ମାସକୁ ମୁଣ୍ଡପିଛା ୫ କେଜି ଚାଉଳ ଏବଂ ପରିବାର ପିଛା ମାସକୁ ୧ କେଜି ଚଣା ବିନାମୂଲ୍ୟରେ ଦୁଇମାସ ପାଇଁ ଦେବା ନିମନ୍ତେ ସ୍ଥିର କରିଥିବାବେଳେ ଏହାର ବଣ୍ଟନ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ପାଇଁ ଭିଡ଼ିଓ କନ୍‌ଫରେନ୍ସ ଯୋଗେ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ଶ୍ରୀ ରାମବିଳାସ ପାଶ୍ୱାନଙ୍କ ଅଧ୍ୟକ୍ଷତାରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସୂଚନାଯୋଗ୍ୟ ଯେ, ଅନ୍ୟ ରାଜ୍ୟରୁ ଫେରୁଥିବା ପ୍ରବାସୀ ଓଡ଼ିଆ ଏବଂ ଓଡ଼ିଶାରେ ରହିଯାଇଥିବା ଅନ୍ୟ ରାଜ୍ୟର ଶ୍ରମିକମାନଙ୍କୁ କେନ୍ଦ୍ର ସରକାରଙ୍କ ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମରେ ମୁଣ୍ଡପିଛା ୫ କେଜି ଚାଉଳ ଓ ପରିବାର ପିଛା ଏକ କେଜି ଚଣା ମଇ ଓ ଜୁନ୍‌ ଦୁଇମାସ ନିମନ୍ତେ ବିନା ମୂଲ୍ୟରେ ଯୋଗାଇଦେବା ନିମନ୍ତେ ଆଜି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖାଯାଇଛି । ଚାଉଳ ଓ ଚଣା ଯୋଗାଣ ପରେ ବିଭାଗକୁ ହିତାଧିକାରୀମାନଙ୍କ ତାଲିକା ଯୋଗାଇଦେବା ପାଇଁ କୁହାଯାଇଛି । ବୈଠକରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରବାସୀ ଶ୍ରମିକଙ୍କ ବାବଦରେ ଏକ ନିର୍ଭରଯୋଗ୍ୟ ତଥ୍ୟ ଓ ତାଲିକା ଅଭାବରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ରାସନ୍‌ କାର୍ଡ ନିର୍ବିଶେଷରେ ସମସ୍ତ ପ୍ରବାସୀଙ୍କୁ ମାସକୁ ମୁଣ୍ଡପିଛା ୫ କେଜି ଚାଉଳ ଓ ପରିବାର ପିଛା ମାସକୁ ୧ କେଜି ଚଣା ଯୋଗାଇଦେବା ପାଇଁ ପ୍ରସ୍ତାବ ଦେଇଥିଲେ । ନିଜ ରାଜ୍ୟକୁ ଫେରୁଥିବା ଶ୍ରମିକମାନଙ୍କର ଦୁର୍ଦ୍ଦଶା ଓ ବାଟରେ ଦୁର୍ଘଟଣାଜନିତ ଅକାଳ ମୃତୁ୍ୟକୁ ନେଇ ବୈଠକରେ ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହ କିଛି ପ୍ରବାସୀ ନିଜ ରାଜ୍ୟକୁ ଫେରି ଆସିଥିବାବେଳେ ଅନ୍ୟ କରୁଥିବା ରାଜ୍ୟରେ ଏବଂ କିଛି ବାଟରେ ରହିଯାଇଥିବା ବିଷୟରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ । ଏପରି କ୍ଷେତ୍ରରେ ପ୍ରବାସୀମାନଙ୍କର ସଠିକ୍‌ ତଥ୍ୟ ସଂଗ୍ରହ ନିମନ୍ତେ ଜାତୀୟ ସ୍ତରରେ ଏକ ଟାସ୍କଫୋର୍ସ ଗଠନ କରି ଡାଟାବେସ୍‌ ପ୍ରସ୍ତୁତ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରସ୍ତାବ ଦେଇଥିଲେ । କରୋନା ଭୂତାଣୁ (କୋଭିଡ୍‌-୧୯) ସଂକ୍ରମଣର ମୁକାବିଲା ନିନ୍ତେ ସାରା ଦେଶ ସମେତ ରାଜ୍ୟରେ ଲକ୍‌ ଡାଉନ୍‌ ଜାରି କରାଯାଇଥିବା ପରିପ୍ରେକ୍ଷୀରେ ବିଭିନ୍ନ ରାଜ୍ୟରୁ ପ୍ରବାସୀ ଶ୍ରମିକମାନେ ଲକ୍ଷ ଲକ୍ଷ ସଂଖ୍ୟାରେ ଓଡ଼ିଶା ଆସୁଥିବା ହେତୁ ସେମାନଙ୍କ ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ସରକାର ପ୍ରାଥମିକତା ଦେଉଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ । କେନ୍ଦ୍ର ସରକାରଙ୍କ ଆତ୍ମନିର୍ଭର ଭାରତ ଯୋଜନାରେ ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ମୋଟ ହିତାଧିକାରୀଙ୍କ ସଂଖ୍ୟାର ସର୍ବାଧିକ ୧୦ ପ୍ରତିଶତ ହିସାବରେ ପ୍ରବାସୀଙ୍କ ନିମନ୍ତେ ଚାଉଳ ଓ ଚଣା ମଇ ଓ ଜୁନ ୨ ମାସ ପାଇଁ ଆବଣ୍ଟନ କରିଛନ୍ତି । ତେବେ ଯେଉଁ ପ୍ରବାସୀମାନେ ଅନ୍ୟ ରାଜ୍ୟଗୁଡ଼ିକରେ ଅଟକ ରହିଯାଇଛନ୍ତି ସେମାନଙ୍କୁ ସେହି ରାଜ୍ୟ ତୁରନ୍ତ ରିଲିଫ୍‌ ଆକାରରେ ଚାଉଳ ଓ ଚଣା ଯୋଗାଇଦେବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରସ୍ତାବ ଦେଇଛନ୍ତି । ବୈଠକରେ ରାଜ୍ୟ ପକ୍ଷରୁ ଖାଦ୍ୟ ସୁରକ୍ଷା ଯୋଜନାରେ ସମସ୍ତ ହିତାଧିକାରୀଙ୍କୁ ନିୟମିତ ରାସନ୍‌ ତିନିମାସ ପାଇଁ ଆଗୁଆ ଏକକାଳୀନ ଯୋଗାଇ ଦିଆଯାଇଥିବା କଥା ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ । ଏଥି ସହିତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଆଜି ସୁଦ୍ଧା ୮୨ ଲକ୍ଷ କାର୍ଡଧାରୀଙ୍କୁ ଏକକାଳୀନ ୩ ମାସ ପାଇଁ ଚାଉଳ ଏବଂ ଡାଲି ଯୋଗାଇ ଦିଆଯାଇଥିବା କଥା ଉଲ୍ଲେଖ କରିଥିବାବେଳେ ଅବଶିଷ୍ଟ କାର୍ଡଧାରୀଙ୍କୁ ଚାଉଳ ଓ ଡାଲି ବଣ୍ଟନ କାର୍ଯ୍ୟ ମଇ ୩୧ ତାରିଖ ସୁଦ୍ଧା ସଂପନ୍ନ ହୋଇଯିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ । ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଖାଦ୍ୟଶସ୍ୟ ଯୋଗାଣ ଏବଂ ରବି ଧାନ ସଂଗ୍ରହ ନିମନ୍ତେ ଆବଶ୍ୟକ ଝୋଟ ଅଖା ତୁରନ୍ତ ରାଜ୍ୟକୁ ଯୋଗାଇ ଦେବା ପାଇଁ ମନ୍ତ୍ରୀ କେନ୍ଦ୍ର ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଏଥି ନିମନ୍ତେ ଜୁଟ୍‌ କମିଶନରଙ୍କ ନିକଟରେ ଅର୍ଥ ଦାଖଲ କରାଯାଇ ସାରିଥିବାବେଳେ ଲକ୍‌ ଡାଉନ୍‌ ସ୍ଥିତି ଯୋଗୁଁ ଆବଶ୍ୟକ ପରିମାଣର ଅଖା ନ ମିଳୁଥିବାରୁ ଖାଦ୍ୟଶସ୍ୟ ଯୋଗାଣ ଏବଂ ଧାନ ସଂଗ୍ରହ ବାଧାପ୍ରାପ୍ତ ହେଉଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ । ବୈଠକରେ ସଂପ୍ରତି ଘଟିଯାଇଥିବା ବାତ୍ୟା ‘ଅମ୍ଫନ’ ଯୋଗୁଁ ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ଶୋକବ୍ୟକ୍ତ ପୂର୍ବକ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ବୈଠକରେ ଲୋକସେବା ଭବନଠାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ବୀରବିକ୍ରମ ଯାଦବ ଉପସ୍ଥିତ ଥିବାବେଳେ ସମସ୍ତ ରାଜ୍ୟର ଖାଦ୍ୟ ଯୋଗାଣ ମନ୍ତ୍ରୀମାନେ ଭିଡ଼ିଓ କନ୍‌ଫରେନ୍ସ ମାଧ୍ୟମରେ ବୈଠକରେ ଯୋଗଦେଇଥିଲେ ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!