ଭୁବନେଶ୍ଵର, (ବାଘୁଆବାର୍ତ୍ତା): ପ୍ରକାଶ ପାଇଲା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଜେଇଇ) ମେନ ରେଜଲ୍ଟ। ୯୯.୯୮ ପ୍ରତିଶତ ସହ ପ୍ରିୟଙ୍କା ସର ରାଜ୍ୟ ଟପ୍ପର ହୋଇଛନ୍ତି। ସର୍ବଭାରତୀୟ ସ୍ତରରେ ସେ ୨୪୩ ତମ ରାଙ୍କରେ ଅଛନ୍ତି। ଦେଶବ୍ୟାପୀ ୪୩ ପରୀକ୍ଷାର୍ଥୀ ୧୦୦ ପ୍ରତିଶତ ନମ୍ବର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏଥିରେ କେବଳ ତେଲଙ୍ଗାନାର ୧୧ ଜଣ ପରୀକ୍ଷାର୍ଥୀ ରହିଛନ୍ତି ଯେଉଁମାନେ ୧୦୦ ପ୍ରତିଶତ ନମ୍ବର ରଖିଛନ୍ତି। ମୋଟ୍ ୨.୫ ଲକ୍ଷ ପରୀକ୍ଷାର୍ଥୀ ଜେଇଇ ଆଡଭାନ୍ସ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେସନ-୨ ଏବଂ ସେସନ-୨ରେ ମୋଟ୍ ୧୧ ଲକ୍ଷ ୧୩ ହଜାର ୩୨୫ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ।





